Skip to content
ଶିଶୁ କିଶୋର

କବିତା

ବେଙ୍ଗ ରଜା ହେଲା ବାହା

ବେଙ୍ଗ ରଜା ହେଲା ବାହା

ମେଘ ଘୋଟି ଗଲା ବରଷା ଝରିଲା
ବେଙ୍ଗ ରଜା ହେଲା ବାହା
ପିମ୍ପୁଡି ମନ୍ଦାକ ବରଯାତ୍ରୀ ହୋଇ
ବାହାରିଲେ ପିଇ ଚାହା ।
ବାଣ ରୋଶଣିରେ ବରଯାତ୍ରୀ ମାନେ
ଯାଉଥିଲେ ନାଚି ନାଚି
ବାଟେ ଦେଖି ପାଣିଧଣ୍ଡ ଟିଏ ସବୁ
ବୁଦା ମୂଳେ ଗଲେ ଲୁଚି।
ବରଯାତ୍ରୀଙ୍କ ଭିଡରେ ଦେଖି ସେ ଝଡ଼ିପୋକ ମାଳ ମାଳ
ବାହାଘର କଥା ଭୁଲି ବେଙ୍ଗରଜା
ପାଟିରୁ ଗଡିଲା ଲାଳ।
ଜୁଳୁଜୁଳିଆକୁ କହିଲା ଡାକି ତୁ
ଲାଇଟ ଦେଏନା ଜାଳି
ଝଡ଼ି ପୋକ ଗଣ୍ଡେ ଆଣ ମୋ ପାଖକୁ
ପେଟରେ ଭୋକ ମୋ ଭାରି।
ଝଡ଼ି ପୋକ ଖାଇ ନିଦେ ମାରି ହାଇ
ବେଙ୍ଗ ରଜା ଗଲା ଶୋଇ
ତିଥି ଗଡି ଗଲା ବେଙ୍ଗୁଲୀ ରହିଲା
(ତେଣେ)ମଙ୍ଗୁଳା କନିଆ ହୋଇ।।
∎
ମୋ-9437000636

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

04-07-2025 / 19:59:32

ବର୍ତ୍ତମାନ ସମୟରେ ଏହିଭଳି ମଜାଦାର କବିତାର ଆବଶ୍ୟକତା ରହିଛି ।ଧନ୍ୟବାଦ୍ ଧନଞ୍ଜୟ ବାବୁ

ଡ. ବିଜୟା ପାତ୍ର

01-07-2025 / 22:04:34

ମଜା କବିତା। ପିଲାଂକୁ ଭାରି ଭଲ ଲାଗିବ।

ଜୟକୃଷ୍ଣ ସାହୁ

01-07-2025 / 17:04:56

ସୁନ୍ଦର ମଜାଳିଆ କଵିତା। ଭଲଲାଗିଲା। ଧନ୍ୟବାଦ।

ବୃନ୍ଦାବନ କୁମ୍ଭାର

01-07-2025 / 13:15:42

ଅତି ସୁନ୍ଦର

Sanjukta parichha

01-07-2025 / 11:24:59

ଖୁବ୍ ସୁନ୍ଦର ମଜାଳିଆ ଲେଖା ଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion