କବିତା
ଅଜା, ଆଇ ଆଉ ଚା

ଚୁଲି ମୁଣ୍ଡେ ବସି ନିଧିଆ ଅଜା ଟା
ପୋଉଁଛି ନିଆଁ
ଭାବୁଛି, ଏ ଯାଏ ନାଲି ଚା` ଆଇ
ଦେଉନି କିଆଁ।
ଗରମ ଗରମ ନାଲି ଚା` ସାଥେ
ମୁଠାଏ ମୁଢୀ
ମିଶାଇ ପିଇଲେ ହାଡଥରା ଶୀତ
ଯିବ ରେ ଛାଡି।
ଆଇ ତେଣେ ବାରି ଅଗଣାରେ ଗୋଟେ ସଉପ ପାରି
କଅଁଳ ଖରା ରେ ଗଡପଡ ହୁଏ
ଫୋନ୍ ଧରି।
ଅଜା ଡାକ ଦେଲେ, ଶୁଭୁଛି କି ନାହିଁ
ମୋଅରି କଥା
ସକାଳୁ ସକାଳୁ ଚା` ନପିଇ
ମୋ ପାଟିଟା ପିତା।
ଆଇଲୁ, ଆଇଲୁ ନାଲି ଚା ଟିକେ
ବନାଇ ଦେବୁ
ତାପରେ ଯାଇ ତୁ ଯାହା କରିବାର
କଥା କରିବୁ।
ଅଜା କଥା ଶୁଣି, ମୁହଁ କୁ ମୋଡି କି
କହିଲା ଆଇ
କରି ପାରିବିନି, ନିଜେ କର ମୋର
ସମୟ ନାହିଁ।
ଦୁଇଟି ଗିଲାସେ ଚା` ନେଇ ବେଗେ
ଆସ ହେ ଚାଲି
ସାଥି ରେ ଆଣିବ ମୁଢୀ ଡବାଟାକୁ
ଯିବନି ଭୁଲି।

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 20:02:32
ଖୁବ୍ ସୁନ୍ଦର ଲାଗିଲା ମଜା କବିତାଟି । ଧନ୍ୟବାଦ୍
ଡ. ବିଜୟା ପାତ୍ର
01-07-2025 / 22:02:19
ସମସ୍ତକୁ ଧନ୍ଯବାଦ।
ଜୟକୃଷ୍ଣ ସାହୁ
01-07-2025 / 17:14:10
ସୁନ୍ଦର ମଜାଳିଆ କଵିତା।
କୀର୍ତ୍ତନ ସାହୁ
01-07-2025 / 11:48:35
ପିଲାଙ୍କ ପାଇଁ ମଜାଳିଆ ହେଇଛି ।
Sanjukta parichha
01-07-2025 / 11:23:10
ପିଲାଙ୍କ ମନଲାଖି ହୋଇଛି ।