Skip to content
ଶିଶୁ କିଶୋର

କବିତା

ସେ ହେବ ମାଣିକମୋତି

ସେ ହେବ ମାଣିକମୋତି

ପାଚିଲା ଆମ୍ବଟେ ଝଡ଼ିପଡ଼ିଥିଲା
ଚଲାବାଟ ଧାରେଧାରେ
ସେଇ ବାଟେ କେତେ ଆସି ଯାଉଥିଲେ
କେହି ନ ଚାହିଁଲେ ତା`ରେ.
ଆମ୍ବଦେହ ସାରା ଦିଶୁଥିଲା ସତେ
ହଳଦିଆ ଗୁରୁଗୁରୁ
ଗୁଣ୍ଡୁଚି ଆଦରେ ଖାଇ ଦେଇଥିଲା
ପେଟ ଭରୁ କି ନ ଭରୁ.
ହାଲୁକା ପବନେ ଝଡ଼ି ସେ ପଡ଼ିଲା
ଏଇ ତ ସଡ଼କପାଶେ
ସକାଳବୁଲାଳି ଦେଖି ତାକୁ ଗଲେ
କେହି ନେଲେ ନାହିଁ ଶେଷେ.
ଦରଖିଆ ଭାବି ଗଲେରେ ଏଡ଼ାଇ
ନେଲେ ନାହିଁ କେହି ଜଣେ
ସାଇତିଲେ ନାହିଁ ଆଦରଯତନେ
ନେଇ ନିଜ ଘରକଣେ.
ଅବା କେହି ତାକୁ ପୋତିଲା ନାହିଁ ତ
ନିଜର କ୍ଷେତରେ ନେଇ
କଲେନି ଯତନ ଆପଣା ହାତରେ
ଆଉ ଏକ ଗଛପାଇଁ.
ଗଛ ନାହିଁ ବୋଲି ଦାଉସାଧେ ଖରା
ଆମେ ହେଉ କଲବଲ
ଗଛପାଇଁ କେବେ କେହି ହେଲେ ଭଲା
ଟିକିଏ ଉଦ୍ୟମ କଲ?
ପାଚିଲାଫଳର ମଞ୍ଜି ନେଇ ଥରେ
ଦିଅ ବଗିଚାରେ ପୋତି
ସେଇ ଦିନେ ପରା ସାଜିବ ଜାଣିଥା
ସମାଜେ ମାଣିକମୋତି.
∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

04-07-2025 / 20:10:04

ଭଲ ଲାଗିଲା କବିତା ଟି

ଶୁଭକାନ୍ତ ସାହୁ

04-07-2025 / 13:37:21

ଭଲ କବିତା ଭଲ ବାର୍ତ୍ତା

ଜୟକୃଷ୍ଣ ସାହୁ

01-07-2025 / 17:01:54

ସୁନ୍ଦର ଶିକ୍ଷଣୀୟ କଵିତା। ଭଲଲାଗିଲା। ଧନ୍ୟବାଦ।

ବୃନ୍ଦାବନ କୁମ୍ଭାର

01-07-2025 / 13:56:57

ଅତି ସୁନ୍ଦର

ନିରଞ୍ଜନ ପତି

01-07-2025 / 11:07:12

ବହୁତ ସୁନ୍ଦର ଭାବ ବ୍ୟଞ୍ଜକ ଶିଶୁ କିଶୋର ମନଲାଖି କବିତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ଜୟ ଜଗନ୍ନାଥ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion