Skip to content
ଶିଶୁ କିଶୋର

କବିତା

ଟିକେ ମୋତେ ହେଉ ଦୟା

ଟିକେ ମୋତେ ହେଉ ଦୟା

ଟିକେ ମୋତେ ହେଉ ଦୟା
ଦେଖିଛି ମନ୍ଦିରେ ତୋର ସେହି ରୂପ
ଦେଖିଛି ବଳିଆ ଭାଈ
ତୁମ ଅଲିଅଳି ସୁଭଦ୍ରା ଭଉଣୀ
ସଙ୍ଗେ ଅଛ ତୁମେ ରହି ।୧।
ଆନନ୍ଦ ବଜାରେ ଖାଇଛି ଅଭଡ଼ା
ପିଇଛି ଟଙ୍କ ତୋରାଣି
କଳ୍ପବଟେ ଡୋର ବାନ୍ଧି ଅଛି ମୁହିଁ
ମାନସିକ ଗଣିଗଣି ।୨।
ବାଇଶି ପାହାଚେ ଗଡ଼ିଅଛି ମୁହିଁ
ବୋଳିଛି ଶରଧା ବାଲି
ନୀଳଚକ୍ର ନେତ ଦେଖି ଦେଲା ପରେ
ସବୁ ଦୁଃଖ ଯାଏ ଭୁଲି ।୩।
ଦୁଃଖ ରହିଗଲା ରଥ ଯାତରାକୁ
ଲାଗିଲାନି ତୋର ଡୋରି
ବଡ଼ ଦାଣ୍ଡେ ତୋର ରଥ ଟାଣିବାକୁ
ମନ ହୁଏ ମୋର ଝୁରି ।୪।
ପାପ ପୁଣ୍ୟ ମୋର ଜାଣିନି ହିସାବ
ବୁଝି ପାରେନା ତୋ ମାୟା
ତୋ ରଥ ଦଉଡି ଥରେ ଛୁଇଁବାକୁ
ଟିକେ ମୋତେ ହେଉ ଦୟା ।
ଏ ଅଧମ ପାଇଁ କେବେ ହେବ ଦୟା
ଘୋଷଯାତ୍ରା ଡୋର ମାୟା ।୫।
∎
ବସୋଇ,ପର୍ଜଙ୍ଗ,ଢେଙ୍କାନାଳ

ଦୂର ଭାଷ-୯୭୭୬୪୫୪୮୦୦

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

04-07-2025 / 19:23:43

କବିତାଟି ଭଲ ଲାଗିଲା

ଅଜୟ କୁମାର ସେଠୀ,

01-07-2025 / 22:23:36

ଶିଶୁ କିଶୋର ପତ୍ରିକାଟି ଅତି ସୁନ୍ଦର ହୋଇଛି।ଏହାକୁ ଯେଉଁ ଜ୍ଞାନୀ ବ୍ୟକ୍ତି ମାନେ ଧର୍ଯ୍ୟ ର ସହ କରୁଛନ୍ତି ତାଙ୍କୁ ଶତ ପ୍ରଣାମ।ଆଗକୁ ଆହୁରି ଅନେକ ଯିବାର ଅଛି। ଏହା ଦ୍ଵାରା ସାରା ବିଶ୍ବ ସ୍ରଷ୍ଟା ଙ୍କ ସୃଷ୍ଟି କୁ ଜାଣି ପାରିବେ। ଜୟ ଜଗନ୍ନାଥ ଭାଇ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion