କବିତା
କାଳିଆର ରଥଯାତ

ପୁରୀ ସହର ଭାରି ସୁନ୍ଦର
ଯା`ର ତୁଳନା ନାହିଁ
ତାହାର ପାଦ ଧୁଏ ସାଗର
ନିରତେ ଗୀତ ଗାଇ।
ଜଗାକାଳିଆ ନୀଳାଚଳିଆ
ନୀଳକନ୍ଦରେ ଵସି
ଵଡ଼ ଦେଉଳେ ଵାଣ୍ଟେ ଆଶିଷ
ରଙ୍ଗ ଅଧରେ ହସି।
କହନ୍ତି ଲୋକେ ମରତପୁରେ
"ମର୍ତ୍ତ୍ୟଵୈକୁଣ୍ଠ" ପୁରୀ
ଵଇକୁଣ୍ଠର ସୁଖ ସରାଗ
ରହିଛି ତହିଁ ଭରି।
ସାଆନ୍ତେ ମୋର ଭାରି ସୁନ୍ଦର
ସୁନ୍ଦର ତାଙ୍କ ଆଖି
ସେ ଚକା ଆଖି ଦେଖିଲେ ଥରେ
ଯାଏରେ ଆଖି ଲାଖି।
ଏମିତି ଦିଅଁ ନାହିଁରେ ନାହିଁ
ଜଗତେ କାହିଁ ନାହିଁ
କୋଟି ଭକତ ଆସନ୍ତି ଧାଇଁ
ତାଙ୍କୁ ଦେଖିବା ପାଇଁ।
ଛପନ ଭୋଗ ମଣୋହୀ ହେଲେ
ଦିନଟି ତାଙ୍କ ସରେ
ନିଇତି ଗୀତଗୋବିନ୍ଦ ଶୁଣି
ଆଖିରେ ନିଦ ଭରେ।
ବାର ମାସରେ ତେର ପରଵ
ପାଳନ ଏଠି ହୁଏ
ସଵୁଠୁ ଵଡ଼ ରଥଯାତରା
ସାରା ଜଗତ କହେ।
କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
03-07-2025 / 09:33:41
ଦୀନବନ୍ଧୁ ବାବୁ ଓ ବୃନ୍ଦାବନ ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ।
ଦୀନବନ୍ଧୁ ପୋଇ
02-07-2025 / 05:10:52
ମନଛୁଆଁ ଶିଶୁ କବିତା, ପ୍ରଣାମ ସାର,
ବୃନ୍ଦାବନ କୁମ୍ଭାର
01-07-2025 / 19:29:50
ଅତି ସୁନ୍ଦର
ଜୟକୃଷ୍ଣ ସାହୁ
01-07-2025 / 16:49:33
ମତାମତ ପାଇଁ ନିରଞ୍ଜନ ବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
ନିରଞ୍ଜନ ପତି
01-07-2025 / 11:13:56
ସୁନ୍ଦର ଭାବ ବ୍ୟଞ୍ଜକ କବିତା । ଅନେକ ଅନେକ ଅଭିନନ୍ଦନ । ନମସ୍ତେ । ଜୟ ଜଗନ୍ନାଥ ।