କବିତା
ଆଗକୁ ଆସୁଛି ରଥ ଯାତରା

ଆଗକୁ ଆସୁଛି ରଥ ଯାତରା
ହେଲାଣି ମନ୍ଦିର ସଫା ସୁତରା ।
ଯାତରା ଭିତରେ ଇଏ ନିଆରା
ଏଠି ରାଜା କରେ ଛେରା ପହଁରା ।
ବିଜେ ହେବେ ତିନି ଦିଅଁ ରଥରେ
ତିନି ରଥ ଚାହିଁଛନ୍ତି ପଥରେ ।
ଦିଶୁଥାଏ ରଥ ଆହାକି ତୋରା
ବସି ଖୁସି ହେବେ କାଳିଆ ଗୋରା ।
ଭକ୍ତ ସମାଗମ ହେବ ପ୍ରବଳ
ବଡ ଦାଣ୍ଡ ହେବ ସେ କୋଳାହଳ ।
ଜୟ ଜଗନ୍ନାଥ ଭକ୍ତ କହିବେ
ଦୁଇବାହୁ ଟେକି କେତେ ନାଚିବେ ।
ଡାହୁକର ଡାକ କାନେ ଶୁଣିବେ
ଭକତ ରଥକୁ ସେ ଟାଣି ନେବେ ।
ଆଗକୁ ଆଗକୁ ରଥ ଚାଲିବ
ଗୁଣ୍ଡିଚା ମନ୍ଦିରେ ଯାଇ ରହିବ ।
∎
ଗୋରଡ଼ାପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ – ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 19:56:04
କବିତାଟି ଭଲ ଲାଗିଲା
ଜୟକୃଷ୍ଣ ସାହୁ
01-07-2025 / 16:34:07
କୁନି କଵିତାଟି ଭଲଲାଗିଲା।