Skip to content
ଶିଶୁ କିଶୋର

କବିତା

ମଜାଗୀତ

ମଜାଗୀତ

ଚଢ଼େଇ ଉଡୁଛି ଗୁଡ଼ିଟି ଉଡୁଛି
ଉଡୁଛିରେ ଉଡାଜାହାଜ
କୁମ୍ଭୀର ବୁଡୁଛି ତିମିଟି ବୁଡୁଛି
ବୁଡ଼ି ଚାଲେ ବୁଡାଜାହାଜ।

ବରଷା ଝଡୁଛି ପତର ଝଡୁଛି
ଫଳ ଝଡ଼ି ପଡ଼େ ପାଚିଲେ
ନାଳଟି ବଢୁଛି ନଈ ବି ବଢୁଛି
ଦୁମ୍ ଦୁମ୍ ମେଘ କାଚିଲେ।

ବଜର ରଡୁଛି ବରଷା ପଡୁଛି
ଇନ୍ଦ୍ରଧନୁ ପଡେ ନଭରେ
ଜାମୁଟି ପଡୁଛି ହୁଳଟି ପଡୁଛି
କିଏରେ ଗୋଟେଇ ନବରେ।

ଆରବ୍ ପଢୁଛି ଆହାନ୍ ପଢୁଛି
ଛବିବହି ହାତେ ଧରିରେ
ମାମୁନି କହୁଛି ମାମାଲି କହୁଛି
କେହି ନୁହଁ ତାଙ୍କ ପରିରେ।

ଚାରାଟି ବଢୁଛି ଆରବ୍ ବଢୁଛି
ନଈ ବଢ଼େ ପାଣି ପଡିଲେ
କୁନୁରୀ ହସୁଛି ଝୁନୁରୀ ହସୁଛି
ବସି କମିକସ୍ ଟି ପଢ଼ିଲେ ।

∎
ମନ୍ତ୍ରମାନୋର,ଗୋଠପାଟଣା
ଭୁଵନେଶ୍ୱର,ମୋ:୯୫୮୩୨୦୨୩୫୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

04-07-2025 / 19:53:25

ଭଲ ଲାଗିଲା କବିତା ଟି

ଡ. ବିଜୟା ପାତ୍ର

01-07-2025 / 22:00:14

ଆପଣଂକର ଅନ୍ୟ କବିତା ଭଳି ଏଇଟି ବି ଭଲ ଲାଗିଲା। ଧନ୍ଯବାଦ।

ଜୟକୃଷ୍ଣ ସାହୁ

01-07-2025 / 16:46:31

ସୁନ୍ଦର ମଜାଳିଆ କଵିତା। ଭଲଲାଗିଲା। ଧନ୍ୟବାଦ।

ବୃନ୍ଦାବନ କୁମ୍ଭାର

01-07-2025 / 13:49:20

ମଜା କବିତା

ନିରଞ୍ଜନ ପତି

01-07-2025 / 11:16:32

ଭଲ ଶିଶୁ କିଶୋର ମନଲାଖି କବିତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ଜୟ ଜଗନ୍ନାଥ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion