କବିତା
ପାଠ ଠାକୁର

ହେ ପାଠ ଠାକୁର ଗଣେଶ
ପାର୍ବତୀଙ୍କର ସୁତ
ଭାଦ୍ରବ ଚତୁର୍ଥୀ ତିଥିରେ
ପାଳୁ ତୁମର ବ୍ରତ ।
ବିଦ୍ୟାଳୟେ ଛାତ୍ର ଛାତିରି
ସବୁ ହୋଇଣ ମେଳି
ଆସନେ ବସାଇ ତୁମକୁ
ଦେଉ ଦୀପାଳି ଜାଳି ।
ପାଠପାଇଁ ତୁମ ଚରଣେ
କେତେ ଗୁହାରି ହେଉ
ତୁମ ଭୋଗ ପାଇଁ ଗଛରୁ
ତୋଳି କାକୁଡି ଦେଉ ।
ତୁମ ମନ୍ତ୍ର ମୁଖେ ଗାଇଣ
ମାରୁ ହାତରେ ତାଳି
ପାଠରୁ ଟିକିଏ ନ ଦେଲେ
ଆମେ ଖାଇବୁ ଗାଳି |
ନାମ ବହିଛ ବିଘ୍ନେଶ୍ୱର
ବିଘ୍ନ କରିବ ଦୂର
ଦୁଇହାତ ଯୋଡି ମାଗୁଛୁ
ଦିଅ ଆମକୁ ବର ।
∎
ଚ଼ରଣ ରେଣୁ ନିବାସ,
ଗୋରଡ଼ା ପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
Jayanta kumar Dash
03-09-2024 / 15:51:51
Kabinku bahuta dhanyabad,Ati sundar,
ଶଶୀକାନ୍ତ ପଲାଇ
03-09-2024 / 11:20:36
ସୁନ୍ଦର ଓ ସରଳ କବିତା
ଧୀରେନ ମିଶ୍ର
01-09-2024 / 22:05:45
ପିଲାମାନଙ୍କର ସରଳ ମନର ଭାବନା କବିତାରେ ବେଶ୍ ଉପଭୋଗ୍ୟ ।