Skip to content
ଶିଶୁ କିଶୋର

କବିତା

ଆସିଲେ ସେ ଆସେ ମଧୁରବେଳା

ଆସିଲେ ସେ ଆସେ ମଧୁରବେଳା

ଆସେ ସିଏ, ଆସି
ପକ୍ଷୀମାନଙ୍କୁ ସେ ଶିଖାଏ ଗୀତ
କହେ କାନେ କାନେ
ସଅଳ ଉଠିବା ଦେହକୁ ହିତ ।।

ଆସେ ସିଏ, ଆସି
ଫୁଲ ପାଖୁଡ଼ାକୁ ଦିଏ ସେ ଖୋଲି
ତରତର କରେ
ଚଷାକୁ କ୍ଷେତକୁ ଆସିବ ବୋଲି ।।

ଆସେ ସିଏ, ଆସି
ସବୁଠି ଆଲୋକ ଦିଏ ସେ ବୁଣି
ଆଣିଥାଏ ସାଥେ
ଶୀତଳ,ସତେଜ ପବନ ପୁଣି ।।

ଆସେ ସିଏ, ଆସି
ତୁଟାଏ ସଭିଙ୍କ ଶୋଇବା ସୁଖ
କହେ ଯାଅ ଉଠି
ଯାଇ ବେଗେ ଆଗ ପଖାଳ ମୁଖ ।।

ଆସେ ସିଏ, ଆସି
ଦେଉଳ ଦୁଆର ଫିଟାଏ ଯାଇ
ଡାକି ଆଣେ ପୁଣି
ଭକତଙ୍କୁ ଦିଅଁ ଦେଖିବା ପାଇଁ ।।

ଆସେ ସିଏ, ଆସି
ଘାଟିଆକୁ ନେଇ ଜଗାଏ ଘାଟ
ବାଟୋଇକୁ ହସି
ଫେରାଇ ଦିଏ ତା` ହଜିଲା ବାଟ ।।

ଆସେ ସିଏ, ଆସି
ଚାଟକୁ ଗୁଣାଏ ଦୁଇରେ ଚାରି
କହେ ଘରେ ଘରେ
ବାସି କାମ ସବୁ ଦେବାକୁ ସାରି ।।

ଆସେ ସିଏ ନିତି
ଆସିବାକୁ କେବେ କରେନି ହେଳା
ନାଆଁ ତା` ସକାଳ
ଆସିଲେ ସେ ଆସେ ମଧୁରବେଳା ।।


∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ପ୍ରଶାନ୍ତ କୁମାର ଦାଶ

03-09-2024 / 13:10:49

ବହୁତ ସୁନ୍ଦର କବିତା ସେଥିପାଇଁ ଅଶେଷ ଧନ୍ୟବାଦ ଓ ନମସ୍କାର ଜଣାଉଛି କର ମହୋଦୟଙ୍କୁ

ମନୋରମା ମିଶ୍ର...

02-09-2024 / 17:20:06

ଭଲ କବିତାଟିଏ...

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion