କବିତା
ଖୁସି ମନେ ଉଡ଼ି ବୁଲୁଥା `

ପବନ କହିଲା, ଫୁଲ ରେ
ତୁ ଝୁଲୁଥା`
ଫୁଲ କହିଲା, ପାଖୁଡ଼ା
ତୁ ଖୋଲୁଥା`
ପାଖୁଡ଼ା କହିଲା, ଭଅଁର-
ତୁ ଗୁଣୁଗୁଣୁ କରି
ଚାରିପଟେ ଘୂରି
ଖୁସି ମନେ ଉଡ଼ି ବୁଲୁଥା`।
ବରଷା କହିଲା, ସୁଅ ରେ
ତୁ ବହିଯା`
ସୁଅ କହିଲା, ନଈ ରେ
ତୁ ରହିଯା`
ନଈ କହିଲା, ପାଣି ରେ-
ତୁ କୁଳୁକୁଳୁ ହୋଇ
ମିଠା ଗୀତ ଗାଇ
କାହାଣୀ ତୋଅର କହିଯା`।
ମାଆ କହିଲେ, କୁନା ରେ
ତୁ ଖାଇଦେ`
କୁନା କହିଲା, ଗୀତଟେ
ତୁ ଗାଇଦେ`
ମାଆ ଗାଇଲେ, ଜହ୍ନ ରେ-
ତୁ ସରଗରୁ ଖସି
କୁନା ପାଖେ ବସି
ମୁଣ୍ଡେ ତା`ର ଟିକା ନାଇଦେ`।
∎
ବି-୧୦/୧୪୫, କେନ୍ଦ୍ରୀୟ ବିହାର
ତମାଣ୍ଡୋ, ଭୁବନେଶ୍ବର-୨୮
ଭ୍ରାମ୍ଯଭାଷ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ
ଲଷ୍ମୀକାନ୍ତ ଖୁଣ୍ଟିଆ
03-09-2024 / 13:13:50
ଲେଖାଟି ବହୁତ ଭଲ ହୋଇଛି
ଧୀରେନ ମିଶ୍ର
01-09-2024 / 22:03:35
ସୁନ୍ଦର ଶିଶୁ ମନଲାଖି କବିତାଟିଏ ।
ସୁଶ୍ରୀ ସବିତା ଭୋଇ
01-09-2024 / 20:43:27
ଶିଶୁ ମନଛୁଆଁ କବିତା ।
କୀର୍ତ୍ତନ ସାହୁ
01-09-2024 / 12:31:05
ପିଲାଙ୍କ ମନ ଛୁଆଁ ଲେଖା ।
ଧନଞ୍ଜୟ ସ୍ୱାଇଁ
01-09-2024 / 10:20:14
ଅତି ସୁନ୍ଦର, ଶିଶୁ ମନଲାଖି