Skip to content
ଶିଶୁ କିଶୋର

କବିତା

ଆମ ଦେହ

ଆମ ଦେହ

ଗୋଟିଏ ମୁଣ୍ଡ ଦୁଇଟିଆଖି
ଦୁଇଟି କାନ ଗୋଟିଏ ପାଟି
ରହିଛି ନାକ ଗୋଟେ,
ଆଗରେ ଛାତି ପଛରେ ପିଠି
ପେଟଟି ଆଗପଟେ ...॥
ଦୁଇଟି ଗୋଡ ଦୁଇଟି ହାତ
ରହିଛି ଦେହ ସାଥେ
ଦଶ ଆଙ୍ଗୁଠି ଗୋଡରେ ଅଛି
ଦଶ ଆଙ୍ଗୁଠି ହାତେ ...॥
ଦେହ ଓ ମୁଣ୍ଡ ଦୁହିଁଙ୍କୁ ଯୋଡି
ଏକାଠି ରଖି ବେକ
ଦେହର ସାଥେ ଯାଇଛି ମିଶି
ମଥାର ରଖି ଟେକ ...॥
କହୁଣୀ ଆଣ୍ଠୁ ଅଣ୍ଟାରୁ କାନ୍ଧ
କେ‌ଶକୁ ନଖ ପାପୁଲି ପାଦ
ଦେହର ସବୁ ଅଙ୍ଗ ପ୍ରତ୍ୟଙ୍ଗ
ଅଲଗା ଖାଲି ନାମ ,
ଗୋଟିଏ ଦେହେ ଏକାଠି ରହି
କରନ୍ତି ମିଶି କାମ ... ॥
∎
ନୀଳାଦ୍ରିବିହାର..ଭୁବନେଶ୍ୱର

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଶଶୀକାନ୍ତ ପଲାଇ

04-09-2024 / 11:43:55

ସୁନ୍ଦର କବିତା। ଧନ୍ୟବାଦ।

ପ୍ରଶାନ୍ତ କୁମାର ଦାଶ

03-09-2024 / 13:20:10

ବହୁତ ବଢିଆ କବିତା ଧନ୍ୟବାଦ ଓ ନମସ୍କାର ନାନୀ

ଧୀରେନ ମିଶ୍ର

01-09-2024 / 22:08:45

କବିତା ମାଧ୍ୟମରେ ଶିଶୁଟିଏ ତାର ଅଙ୍ଗ ପ୍ରତ୍ୟଙ୍ଗ ଚିହ୍ନି ପାରିବ ।

କବିଜ୍ୟୋତି ନିରଞ୍ଜନ ପତି

01-09-2024 / 10:02:50

ଦେହର ବିଭିନ୍ନ ଅଙ୍ଗ କୁ ନେଇ ସୁନ୍ଦର ଭାବ ବ୍ୟଞ୍ଜକ କବିତା। ଅଭିନନ୍ଦନ କବୀ । ନମସ୍ତେ। ଜୟ ଜଗନ୍ନାଥ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion