କବିତା
ପଢ଼ିବା ୱେବ୍ ଜିନ୍

ଛି ଛି ଛି ..ଛି ..
ପିନ୍ଧୁଛୁ ଆଣି ଫଟା ପ୍ୟାଣ୍ଟ୍ , କହୁଛୁ ତାକୁ ଜିନ୍
ଜିନ୍ ଏବେ ବଦଳି ଗଲା ଆ ପଢ଼ିବା ଜିନ୍
ୱେବ୍ ଜିନ୍ ...ୱେବ୍ ଜିନ୍ ।
`ମାଗି `ଖାଇ ଖାଇ
କଦବା କେମିତି ପଢୁଥିଲୁ ମାଗାଜିନ୍
ନିଜ ମୋବାଇଲରେ ଆସିଲାଣି ୱେବ୍ ଜିନ୍
କବିତା,ଗପ ହାତରେ ଟଣା ଛବି
ହେବ ନି କି ତମେ ଆମ ପାଇଁ କୁନି କବି ?
ଆସ ଆସ ପିଲେ ପଢ଼ିବା ୱେବ୍ ଜିନ୍ ।
ଆକାଶରେ ଝୁଲେ ସୁରୁଜ, ତାରା ଶଶୀ
`ୱେବ୍ ଜିନ୍ ` ଝୂଲେ ଆକାଶରେ ଦିବା ନିଶି ।
ଆ ଝୁଲିବା ପଢ଼ି ପଢ଼ି ୱେବ୍ ଜିନ୍
କୁଇନ ବାଇନ,ଜୋସେଫ, ନସରିନ୍।

ଲେଖା ସମ୍ପର୍କୀୟ ମତାମତ