କବିତା
ଥୁକୁଲ୍ ଥାକୁଲ୍ ଥା

ଥୁକୁଲ୍ ଥାକୁଲ୍ ଥା......
ଥାଥା ମାମା ଗୀତ ଗାଆ
ଗାଁ ଦାଣ୍ଡେ ପାଣି ସୁଅ ଚାଲୁଅଛି
ଭସାଇ ଦେଏ ତୋ ନାଆ । ଥୁକୁଲ୍........
ନାଆ ଭାସି ଭାସି ଯିବ
କେତେ ସାଥୀ ଭେଟୁ ଥିବ
ଭେଟ ରେ ଆନନ୍ଦ ଅଭେଟ ରେ ଦୁଃଖ
ଦୁଃଖ ବେଳେ ସାଥୀ ସାହା । ଥୁକୁଲ୍.......
ସାଥୀ ମେଳେ ପଢ଼ ପାଠ
ଗୋପାଳ ଜଗିଛି ଗୋଠ
ଗୋଠେ ତାରା ଥାଇ କିହେବ କହିଲ
ନଥିବ ଯେବେ ଚନ୍ଦ୍ରମା । ଥୁକୁଲ୍.....
ଚନ୍ଦ୍ରମା ପରି ହସିବା
ହସି ଫୁଲ ଫୁଟାଇବା
ଫୁଟିଲେ ସୁବାସ ମହକିବ ଦିନେ
ହସି ହସା ଅ ଦୁନିଆଁ । ଥୁକୁଲ୍.........
ଦୁନିଆଁ ରେ ବଞ୍ଚିଥିବ
ପର ହିତ ସାଧୁଥିବ
ସାଧନ ରେ ସୁଖ ଆଳସ୍ୟ ରେ ଦୁଃଖ
ଆରଜିବୁ ଯେବେ ନାଆଁ । ଥୁକୁଲ୍.....

ଲେଖା ସମ୍ପର୍କୀୟ ମତାମତ