କବିତା
ନାମଟି ମୋର ରକେଟ

ଚାଳକ ମୋ ପାଇଁ ନ ହୁଏ ଲୋଡ଼ା
ବିଜ୍ଞାନ ବଳରେ ମୋ ଦେହ ଗଢ଼ା
ମୋ ଦେହରେ ଭରି ଦେଲେ ଇନ୍ଧନ
ମହା ଶୂନ୍ୟରେ ମୁଁ କରେ ଗମନ
ଦୂର ଆକାଶ ର ଅନ୍ଧାର କୋଳେ
ସବୁ ବାଧା ଠେଲି ନିର୍ଭୟେ ବୁଲେ
ଶୂନ୍ୟ ରାଇଜେ ଯାଏ ମୁଁ ଉଡି
ନୂଆ ନୂଆ ତଥ୍ୟ ଆଣେ ମୁଁ କାଢି
ଗ୍ୟାସ ଇନ୍ଧନ ରେ ଚଳେ ମୋ ଦେହ
ପାରିବ ଯଦି ତ ମୋ ନାମ କୁହ
କୁନା କୁନି ଆସ ମୋ ଦେହେ ବସି
ଜହ୍ନ ରାଇଜକୁ ଯିବରେ ହସି
ସେଠି ଗଢି ଦେବ ସୁନାର ଦେଶ
ଦୁନିଆ କୁ ଦେବ ନୂଆ ସନ୍ଦେଶ

ଲେଖା ସମ୍ପର୍କୀୟ ମତାମତ