କବିତା
ବାଟରେ ପଣସ ଗଛ

ଗୁଣ୍ଡୁଚି ଯାଉଛି ଡେଇଁ ଡେଇଁକା
ବାଟରେ ପଣସ ଗଛ
ଗଛରେ ବସିଛି କାଳିଆ ହନୁ
ଲମ୍ବିଛି ତାହାର ପୁଚ୍ଛ ।
ଗୁଣ୍ଡୁଚି କହିଲା “ଜୁହାର ଭାଇ!
ବହୁ ଦିନ ପରେ ଦେଖା
ଆଉ କ`ଣ କେହି ପାଖରେ ନାହିଁ
ବସିଅଛ ଏକା ଏକା?”
“ଯାଇଥିଲୁ ଆମେ ଗୋପାଳପୁର
ଚାଷୀର ବିଲରେ ପଶି
ଖାଇଲୁ ପରିବା ଚାଷୀ ରାଗିକି
ଦେଲା ଦି`ପାହାର କଷି ।
କିଏ ତ କୁଆଡ଼େ ପଳାଇ ଗଲେ
ଏକା ମୁଁ ଏଇଠି ଅଛି”
ଉଦାସ ମନରେ କହିଲା ହନୁ
ଆଖିରୁ ତା` ଲୁହ ପୋଛି ।
ଗୁଣ୍ଡୁଚି କହିଲା “ଛାଡ଼ ସେ କଥା
କଅଣ ବା ହେବ ଭାବି
ବିପଦେ ଆପଦେ ସାହସୀ ହେବା
କହିଛନ୍ତି ପରା କବି ।
ପଣସ ପାଚିଛି ବାସନା ପାଇ
ହେଲାଣି ତ ଭାରି ଲୋଭ
ତୋଳି ଆଣ ବେଗେ ଖାଇବା ପେଟେ
ପଛ କଥାରେ କି ଲାଭ?”
∎
ସା./ପୋ. - ତୋଟାପଡ଼ା, ଭାୟା - ଘଣ୍ଟେଶ୍ୱର
ଜିଲ୍ଲା - ଭଦ୍ରକ-୭୫୬୧୨୯
ମୋ. : ୯୯୩୭୬୭୨୭୦ାର୍

ଲେଖା ସମ୍ପର୍କୀୟ ମତାମତ
Dinabandhu Poi
03-05-2024 / 03:50:57
ଭାର ବଢିଆ ଲେଖା, ସରଳ ଭିତରେ ବହୁ ବଡ ବଡ ଶିକ୍ଷା ଅଛି ,ଚମତ୍କାର ସାର, ଏହି ଭଳି ଚାଲିଥାଉ ,