Skip to content
ଶିଶୁ କିଶୋର

କବିତା

କେ ପାରିଵ କହିରେ

କେ ପାରିଵ  କହିରେ

କେତେ ପାଠ ଵହିରେ
କେତେ ବାଲି ନଈରେ
ସାଗରରେ କେତେ ପାଣି
କେ ପାରିବ କହିରେ ?

କେତେ ତାରା ନଭରେ
ଗଣିଲେ ତ ହେଵରେ
କେତେ ଫୁଲ ଫୁଟେ ନିତି
କିଏ କହି ଦେଵରେ ?

କେତେ ଢେଉ ସାଗରେ
କେତେ ଶୀତ ମାଘରେ
ଉତ୍ତର ଜାଣିଛି ଯିଏ
ରହୁ ସବା ଆଗରେ।

କେତେ ମହୁ ଫେଣାରେ
କାହାକୁ ଯେ ଜଣାରେ
ସେଇ କଥା ଭାବିଭାଵି
ହୁଏ ଵୁଦ୍ଧି ଵଣାରେ।

କିଏ ଗଲା ରହିରେ
କେ ଖୋଜିଲା ଵହିରେ
ଆଈ କହୁଥିଲେ ହସି
କେ ପାରିବ କହିରେ ?
∎
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Malabika Patel

21-05-2025 / 15:13:01

Content is good

ମହେନ୍ଦ୍ର କୁମାର ଦାଶ

04-05-2025 / 13:49:59

ସୁଂଦର କବିତା

ବୀରେନ୍ଦ୍ର ମହାନ୍ତି

01-05-2025 / 21:31:37

କବିତା ତ ପଢିଲ କେତେ କଥା ଜାଣିଲ କବିତାର ଲେଖକଙ୍କୁ କେ ପାରିବ କହି ରେ।

ଅନନ୍ତ କୁମାର ସେନାପତି

01-05-2025 / 18:33:16

ନୂଆ ରୂପ ର କବିତା । ବହୁତ sundar

ମିନତି ପଟ୍ଟନାୟକ

01-05-2025 / 09:38:03

ଲେଖା ଟି ବହୁତ ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion