Skip to content
ଶିଶୁ କିଶୋର

କବିତା

କୁନି କୁନି କଉତୁକିଆ କୁକୁର ଛୁଆ

କୁନି କୁନି କଉତୁକିଆ  କୁକୁର ଛୁଆ

କଁଅଳ ଖରାରେ ଖୁସିରେ ମାରନ୍ତି ଡିଆଁ।(୧)

କିଏ ତ କଳା ଆଉ କିଏ ବା ଧଳା,
କୁଁ କାଉଁ ହେଇ ସବୁ କରନ୍ତି ଖେଳା(୨)

କେଉଁ କଥାକୁ ତାଙ୍କର ନଥାଏ ଦକ,
କାନ୍ଦନ୍ତି କେବଳ ଯେବେ ଲାଗଇ ଭୋକ।(୩)

କାନ୍ଦ ଶୁଣୁ ଶୁଣୁ ,ମା ଟି ସେମାନଙ୍କର,
କୁଆଡୁ ଆସି, ତୁରନ୍ତ ପିଆଏ କ୍ଷୀର।(୪)

କୁକୁର ,ପଶୁଟେ ହେଲେ ବି ମନଟା ତାହାର,
କେତେ,ଭଲ ପାଇବାର ଅଟେ ଯେ ଗନ୍ତାଘର(୫)

କି ପଶୁ,କି ଅବା ପକ୍ଷୀ,ସଭିଏଁ ଏଠି ମୂଲ୍ୟବାନ ।
କରୁଣା, ଆଦର ଦେଇ,ଆସ ନେବା ତାଙ୍କ ଯତନ(୬)

କର୍ତ୍ତବ୍ୟ ଆମର ସଦା ତାଙ୍କୁ,ଆଦର ଦେବା।
କାରଣ,ସେମାନେ ବଞ୍ଚିଲେ ଆମେ ବି ବଞ୍ଚିବା।(୭)

∎
ଗତି ରାଉତ ପାଟଣା,କଟକ


ମୋ-୯୪୩୭୧୬୭୨୩୦

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

01-12-2025 / 19:06:00

ସୁନ୍ଦର କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion