Skip to content
ଶିଶୁ କିଶୋର

କବିତା

ଟିକି ବଗିଚାର ଫୁଲ କଢି

ଟିକି ବଗିଚାର ଫୁଲ କଢି

ଟିକି ବଗିଚାର ଫୁଲ କଢି
ଅତି ଯତନେ କେ ଦେଲା ଗଢି।

ପାଖୁଡ଼ା ମେଲିଲେ ହସିହସି
ସରଗରୁ ସୁଧା ପଡେ ଖସି।

ବାଉଳା ହୁଅଇ ମହୁମାଛି
ପରଜାପତିଏ ନାଚିନାଚି ।

ଖେଳିବେ ତୋ ସାଥେ ଡାଳେ ଝୁଲି
ଗୁଣୁ ଗୁଣୁ ଗୁଣୁ ଗୀତ ବୋଲି।

ସେମାନେ ତୋଅର ସାଥୀ,ମିତ
ସାଧୁଥାନ୍ତି ସଦା ଆନ ହିତ।

ପର ଉପକାରେ ଯା`ର ମନ
ସେଇ ସିନା ଏକା ସାଧୁ ଜନ ।

କରମ ଜୀବନ ମାପକାଠି
ଯଶ ନମିଳିଲେ ସବୁ ମାଟି।

ଜୀବନ କାଳ ତୋ ଲମ୍ବା ନୁହେଁ
ହେଲେ ରୂପ,ଗୁଣ ମନ ମୋହେ ।

ଅଧିକ ବରଷ କେହି ବଞ୍ଚି
ନାଆଁ ରଖିଛି କି ଧନ ସଞ୍ଚି ।

ମରତକୁ ଦାନ ତୋର ମହୁ
ସରିବନି ଗୁଣ ଯେତେ କହୁ ।

ଆମେ ପିଲାମାନେ ବେଳ ଜାଣି
ଘାସ ବାଛି ଗଛେ ଦେବୁ ପାଣି ।

ଅକାଳେ ଯିବୁନି ଝଡି ପଡ଼ି


ସକାଳେ ଫୁଟିବୁ ଫୁଲ କଢି।
∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

02-12-2025 / 23:16:27

କବିତାଟି ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion