କବିତା
ତାଙ୍କୁ ନ ଭୁଲିବେ କେହି

ପିତା ମାତା ଠାରୁ ବଡ଼ ଦେବତା କେ
ସରଗ ରାଇଜେ ନାହିଁ,
ଦୁନିଆ ରେ ଯେତେ ବଡ଼ ହେଲେ ଆମେ
ତାଙ୍କୁ ନ ଭୁଲିବା କେହି l ୧ l
ସରଗ ଠୁଁ ବଡ଼ ଆମ ଜନ୍ମ ଦାତା
ଧରଣୀ ଠୁଁ ବଡ଼ ମାତା,
ବିପଦେ ଆପଦେ ତାଙ୍କ ଆର୍ଶିବାଦେ
ହୋଇବା ଜଗତ ଜିତା l ୨ l
ସେନେହ ଝରଣା ସଦା ଝରୁଥାଏ
ମାଆ ର ଅନ୍ତର ତଳୁ,
ଯେତେ ଭୁଲ୍ କଲେ ରାଗ ରୋଷ ଭୁଲି
ଉଠାଇ ନିଏ ସେ ତଳୁ l ୩ l
ମାଆ ର ପଣତ ଶ୍ରୀ ମନ୍ଦିର ନେତ
ବିପଦକୁ ଦିଏ ତଡି,
ତାହାରି ମମତା ହାତ ଠାରି ଡାକେ
ଯେତେ ଦୂରେ ଗଲେ ଉଡ଼ି l ୪ l
ବରଗଛ ପରି ଶୀତଳ ପ୍ରଛାୟା
ଦେଇଥାନ୍ତି ଆମ ପିତା,
ଦୁନିଆ ଦାଣ୍ଡରେ ଚାଲିବା ପାଇଁ ସେ
କହିଥାନ୍ତି ହିତ କଥା l ୫ l
ନିଇତି ସକାଳେ ତାଙ୍କ ପାଦ ତଳେ
କଲେ ଆମେ ନମସ୍କାର,
ଦିନଟି ଆମର ଶୁଭ ରେ କଟିବ
ବିପଦ ହୋଇବ ଦୂର l ୬ l
∎
ଯଦୁ - ମାଳତୀ କୃପା ନିବାସ,
ଶକ୍ତି ବିହାର / ବାଲିପଡ଼ା, ମାହାଙ୍ଗା,
ଜି - କଟକ -୭୫୪୨୦୭
ମୋ – ୭୬୦୯୦୪୪୩୮୩

ଲେଖା ସମ୍ପର୍କୀୟ ମତାମତ
ଅନନ୍ତ କୁମାର ସେନାପତି
01-12-2025 / 19:08:58
ଭଲ କବିତା ଅନେକ ଶୁଭେଚ୍ଛା
Mohan Kumar swain
01-12-2025 / 12:08:17
ଖୁବ୍ ସୁନ୍ଦର ଲାଗିଲା କବିତା ଟି
ଜୟକୃଷ୍ଣ ସାହୁ
01-12-2025 / 10:58:02
ସତରେ ମାଆ ବାପାଙ୍କଠୁ ଵଳି ବଡ଼ ଦେବତା ଦୁନିଆରେ ଆଉ କେହି ନାହାନ୍ତି। କବିତାଟି ଅତି ସୁନ୍ଦର ହୋଇଛି। ଭଲଲାଗିଲା। ଧନ୍ୟବାଦ ପ୍ରଫୁଲ୍ଲ ଵାଵୁ।