କବିତା
ଉଠ ସଅଳ ହେବ ସଫଳ

ସଜ ମଲ୍ଲି ଫୁଲ ସକାଳ
ଉଠିଯା` ଉଠିଯା` ସଅଳ
ସଜ ପବନରେ ବୁଲିଆ` ଘେରାଏ
ପଡିଛି କିରଣ କଅଁଳ ।
ଦେହକୁ ହିତ ଏ ଖରାଟା
ଫୁର୍ତ୍ତି ଲାଗିବ ମନଟା
ଭିଟାମିନ `ଡି ` ଏ ଖରାରେ ଅଛି
ଟାଣ ହେବ ଦେହ ହାଡ଼ ଟା ।
ସରିଯିବ କାମ ସଅଳ
ସମୟ ମିଳିବ ପ୍ରବଳ
ଅଳସୁଆ ଭାବ ଦୂର ହୋଇଯିବ
ସବୁଥିରେ ହେବ ସଫଳ ।
ଗାନ୍ଧୀ ଉଠୁଥିଲେ ଭୋଅରୁ
ପ୍ରାର୍ଥନା କରନ୍ତି ଛଅରୁ
ଘଣ୍ଟା ଦେଖି ସଦା କାମ କରିଥାନ୍ତି
ଶୁଅନ୍ତି ସେ ରାତି ନଅରୁ ।
ଖାଇବା ଖାଇବ ବେଳାରେ
ରୋଗ ପଶିବନି ଦେହରେ
ସଫଳତାର ଏ ମହା ମନ୍ତର
ରଖିଥିବ ସଦା ମନରେ ।
∎
ଭୂଦାନ ନଗର, ଚକ୍ରତୀର୍ଥ ରୋଡ,ପୁରୀ, ଫୋନ୍ -9108330744

ଲେଖା ସମ୍ପର୍କୀୟ ମତାମତ