କବିତା
ସୁନୁସୁନିଆ

ସୁନୁସୁନିଆ ରେ ସୁନୁସୁନିଆ ତୁ
କୁଆଡେ ଯାଉଛୁ ଧାଇଁ
ମୋ ଗଡୁ ସକାଳୁ ବାଟ ଜଗିଅଛି
ତୋ`ସାଥେ ଖେଳିବା ପାଇଁ ।
ସୁନୁସୁନିଆ ରେ ସୁନୁସୁନିଆ ତୁ
କାହିଁକି ଆସିଲୁ କହ
ମୋ ଗଡୁ ଯାଉଛି ଦାନ୍ତ ଘଷିବାକୁ
ଜଳଖିଆ ଦେବ ରହ ।
ସୁନୁସୁନିଆ ରେ ସୁନୁସୁନିଆ ତୁ
କରନାହିଁ ଜମା ଡେରି
ମୋ ଗଡୁ ପଢିବ ସକାଳୁଆ ପାଠ
ଡେରି କଲେ ଯିବୁ ଫେରି ।
ସୁନୁସୁନିଆ ରେ ସୁନୁସୁନିଆ ତୁ
ଫେରିଯାଆ ନିଜ ଘରେ
ମୋ ଗଡୁ ହେଲାଣି ସୁନାପୁଅ ଏବେ
କକ-ବାଇଆ`ର ଡରେ ।
∎
ଶୁଶୁଡା , ଅନୁଗୋଳ , ଫୋନ – 7978087891

ଲେଖା ସମ୍ପର୍କୀୟ ମତାମତ