କବିତା
ହସ ଅଟେ ଅ ଉ ଷ ଧ

ହସ ଥିଲେ ଓଠେ ଜାଣ ଫୁଲ ମୁଠେ
ମୁହଁକୁ ମାନଇ ଭାରି
ହସ ବାନ୍ଧିପାରେ ମମତା ଡୋରିରେ
ପରକୁ ଆପଣା କରି।
ହସ କରେ ନାହିଁ ମୁହଁକୁ ମଳିନ
ଆଖିରୁ ଲିଭାଇ ଲୁହ
ହସ ଗଢି ପାରେ ସମ୍ପର୍କର ସେତୁ ବିତରି ଆଦର, ସ୍ନେହ।
ହସ ଏକା ଦୂର କରି ପାରେ ମନୁ
ଦୁଃଖ ଆଉ ଅବସାଦ
ହସ ଜାଣ ମଣି ମୁକୁତାଟି ପରି
ହସ ଅଟେ ଅ ଉ ଷ ଧ।
ଜେଜେ ହସିଦେଲେ ସୁନ୍ଦର ଦିଶଇ
ତାଙ୍କରି ପାକୁଆ ପାଟି
ଅଝଟ ଶିଶୁର ହସଟି ସୁନ୍ଦର
ଲୁଚେଇ ଖାଇଲେ ମାଟି।
ବୋଉର ହସଟି ସୁନ୍ଦର ଯେବେ ସେ
ଗେଲ ବସରରେ ଡାକେ
ଗୁରୁଜୀଙ୍କ ହସ ସୁନ୍ଦର ଯେବେ ମୁଁ
ଅ, ଆ, ଇ ଲେଖେ।
ହସିବାର ଲାଗି ଦେବାକୁ ପଡେନି
ଟଙ୍କା କି ପଇସା ଗଣି
ମହୁ ବୋଳା ହସ ଓଠ ଧାରେ ଥିଲେ
ମନକୁ ପାରଇ କିଣି।।
∎
ମୋ -୯୪୩୭୦୦୦୬୩୬

ଲେଖା ସମ୍ପର୍କୀୟ ମତାମତ
Malabika Patel
21-05-2025 / 15:10:59
Nice words on smile
ମହେନ୍ଦ୍ର କୁମାର ଦାଶ
04-05-2025 / 13:56:25
ସଦା ମୁସ୍କରାତ ରହୋ ବାର୍ତ୍ତା ବାଣ୍ଟିଛନ୍ତି କବି ସୁଂଦର କବିତା ମାଧ୍ୟମରେ। ଭଲ ଲାଗିଲା। ନମସ୍କାର
ଜୟକୃଷ୍ଣ ସାହୁ
03-05-2025 / 08:05:36
ହସରେ ଉପକାରିତା ଧନଞ୍ଜୟ ସାର୍ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି। ଧନ୍ୟବାଦ।
ଡ. ବିଜୟ ପାତ୍ର
02-05-2025 / 18:47:49
ଖୁବ୍ ସୁନ୍ଦର ହେଇଛି ଲେଖାଟି। ପିଲାଂକ ପାଇଁ ଶିକ୍ଷଣୀୟ ହୋଇ ପାରିବ।