କବିତା
ପଂଚ ପାଖୁଡା

ଦେଖରେ ଦେଖ
ଜେଜେମା`ଙ୍କର ମନଟା ଦୁଃଖ
କଅଣ ପାଇଁ ?
ସହରକୁ ଜେଜେ ନାତିପାଖୁ ଯିବେ
ତାଙ୍କୁ ନନେଇ ।
ଦେଖରେ ଦେଖ
ରାସ୍ତା ମଝିଟାରେ କେତେ ଯେ ଲୋକ
କଅଣ ହେଲା ?
ଜଣକ ବେକରୁ ହାର ନେଇ ଚୋର
ପଳେଇଗଲା ।
ଦେଖରେ ଦେଖ
ପୋଖରୀଟା ସଫା ବାହାରି ପଙ୍କ
କିଏସେ କଲା ?
ସାନ ବଡ ହୋଇ ଗାଆଁଟାଯାକର
ଯେତେକ ପିଲା ।
ଦେଖରେ ଦେଖ
ଆଗରୁ ଆସୁଛି ବିଲେଇ ଏକ
କୁଆଡେ ଯିବ ?
ଛୁଆ ଦୁଇଟିଙ୍କୁ ସାଙ୍ଗରେ ଆଣିଛି
ବୁଲେଇ ନେବ ।
ଦେଖରେ ଦେଖ
ଦଉଡୁ ଅଛନ୍ତି ମାଙ୍କଡଯାକ
କେଉଁଥିପାଇଁ ?
ପଛରୁ ତାହାଙ୍କୁ ଭାଲୁଆ କୁକୁର
ଅଛି ଗୋଡାଇ ।
ନୀଳାଦ୍ରି ନିହାର
ଭୁବନେଶ୍ୱର-୨୧
mob-9861578532

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
02-05-2025 / 18:49:51
ବହୁତ ମଜା ଲାଗିଲା। ପିଲାମାନେ ନିଶ୍ଚୟ ଆନନ୍ଦ ଉଠାଇବେ।