Skip to content
ଶିଶୁ କିଶୋର

କବିତା

ନୂଆ ଦେଶ ଗଢିବା

ନୂଆ ଦେଶ ଗଢିବା

ଜାତି ତ ଜାତି ମଣିଷ ଜାତି
ଆଉ ତ ଜାତି ନାହିଁ ?
ବେଶ ପୋଷାକ ଅଲଗା ସିନା
ସଭିଏଁ ଆମେ ଭାଇ ।।

ଧରମ ଅଟେ ସେହି ତ ଭାଇ
ମହାନ ଯା`ର କାମ,
ପର ସେବାରେ ଜୀବନ ଦେଇ
ବଢାଏ ସିଏ ନାମ ।।

କରମ ଯା`ର ଅଟଇ ଭଲ
ଯଶ ରହଇ ତାର,
ଛଳ କପଟ କରଇ ଯିଏ
ଧିକ ଜୀବନ ତାର ।।

ଯିଏ କହୁଛ ଗରବ କରି
ଆମେ ଧାର୍ମିକ ବୋଲି,
ଦେଖାଅ ତୁମ ଧରମପଣ
ଯାଉ ସତଟି ଖୋଲି ।।

ମଣିଷ ଆମେ ମହାନ ହୋଇ
କରିବା ପୁଣ୍ଯକାମ,
ସେହି ତ ଭାଇ ଜୀବନେ ଲାଭ
ଲଭିବା ସ୍ୱର୍ଗଧାମ ।।

ଏହି ରାଇଜେ ସଭିଏଁ ଆମେ
ଏକ ହୋଇ ଚଳିବା,
ସଭିଙ୍କୁ ଆମେ ଆଦର କରି
ନୂଆ ଦେଶ ଗଢିବା ।।

ଛୁଆଁ ଅଛୁଆଁ ଭେଦ ଭାବକୁ
ମନରୁ ଦେବା କାଢି,
ଉଚ୍ଚ ହେବାକୁ ମହତ କଥା
ଦେବା ସବୁଠି ବାଢି ।।
∎
ମହୁରା, ସତ୍ଯବାଦୀ,ପୁରୀ

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion