କବିତା
ସୁନା କାଠି ମୋର ରୂପା କାଠି

ସୁନା କାଠି ମୋର ରୂପା
କାଠି
ଛୁଇଁଲେ ଅକଲ ଯିବ
ଫିଟି
କିଏ ସେ ଛୁଇଁବ କୁହ
ଛୁଆଁଇ ଦେବି ମୋ
କାଉଁ ରି କାଠି ଟି
ଧାଡ଼ି ବାନ୍ଧି ଛିଡ଼ା ହୁଅ।।
ସୁନା କାଠି ମୋର ରୂପା
କାଠି
ତ୍ରିରଙ୍ଗା ପତାକା ଉଡେ
ଏଠି
କାହିଁ ପାଇଁ କାହିଁ ପାଇଁ
ଯିଏ କହି ଦେବ
ସୁନା କାଠି ମୋର
ତାକୁ ଦେଇ ଦେବି ମୁହିଁ।।
ସୁନା କାଠି ମୋର ରୂପା
କାଠି
ସବୁ ତ ଦେଉଛି ମାଆ
ମାଟି
ଆମେ କଣ ଦେବା ତାକୁ?
ଗଛ ଲଗାଇବା ବନ କୁ
ଜଗିବା
ସବୁଜିମା ତାର ହସୁ।।
ସୁନା କାଠି ମୋର ରୂପା
କାଠି
କେହି କର ନାହିଁ ଗୋଲ
ପାଟି
ଆକାଶ ହେଲାଣି ଆଁ
ଗାଡି ମଟର ର ଭେଁ ଭା
ପୁଣି କଲ ଗରଜନ
ଧୂଆଁ
ସୁନା କାଠି ମୋର ରୂପା
କାଠି
କେଉଁ ପିଲା ସାଥେ କାହା
କଟି
କଟି ଫିଟି ହେଉ ମିଟି
ତୁମେ ଚିକି ମିକି ତାରା
ଫୁଲ ପରା
ରହିଥିବ ମିଳି ମିଶି।।
ସୁନା କାଠି ମୋର ରୂପା
କାଠି
ଚାହିଁ ଦେଖ ଘଣ୍ଟା କଣ୍ଟା
ଟିକି
ସମୟ ଦେଉଛି କହି
ସୁନା କାଠି ଆରେ ରୂପା
କାଠି ମୋର
ଯାଆ ପିଲା ମନ ଛୁଇଁ।।
∎
ରାଇରଙ୍ଗପୁର

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
12-01-2026 / 18:42:08
କବିତାଟି ଅତି ସୁନ୍ଦର ହୋଇଛି। ଭଲଲାଗିଲା।
Dhananjaya swain
07-01-2026 / 00:14:52
ଅତି ସୁନ୍ଦର ମାତ୍ର କେତୋଟି ପଦରେ ପ୍ରାନ୍ତ ମିଳନରେ ସଠିକ ଶବ୍ଦ ଦେଇଥିଲେ ଚମତ୍କାର ହୋଇଥାନ୍ତା
Birendra mohanty
03-01-2026 / 20:46:10
ଖୁଵ ସୁନ୍ଦର