Skip to content
ଶିଶୁ କିଶୋର

କବିତା

ଆସିଲା ପଉଷ ଶୀତ

ଆସିଲା ପଉଷ ଶୀତ

ପଉଷ ଶୀତ ଟା ଧରା ଛୁଇଁଲା
କମଳ ,ରେଜେଇ ଖୋଜା ପଡ଼ିଲା
କୁହୁଡି ଆସିଲା ମାଡ଼ି।
ସୂରୁଯ ଲୁଚିଲା କୁହୁଡି ଭିତରେ
ମୁନୁ ପାରିଲାନି ଖେଳି।୧।
କୋହଲା ପବନ ବହି ଆସିଲା
ଝରକା ଫାଙ୍କରେ ଲୁଚି ପଶିଲା
ଉହ୍ମେଇ ପଡ଼ିଲା ଖୋଜା
ବାପା ଖଞ୍ଜି ଦେଲେ ରୁମ୍ ହିଟର କୁ
ଲାଗିଲା ବଢିଆ ମଜା।୨।
ଟିକି ସାଙ୍ଗ ତା`ର ଶଙ୍କି ପୁଷି ଛୁଆ
ମା`କୁ ଛାଡି ତା`ଆସୁ ନାହିଁ କିଆଁ
ଡାକିଲା ଆ`ରେ ପୁଷି
ଜାକିଜୁକି ହୋଇ ଶୋଇ ଯିବା ଟିକେ
ଶୀତ ପାରିବନି ପଶି ।୩।
ଶୀତେ ଥୁରୁ ଥୁରୁ କୁନି `ପଗ୍ `ଆମ
ବିନ୍ ବ୍ୟାଗ ପରେ ଟାଣୁଛି ଉଷୁମ
ଘୁଙ୍ଗୁଡ଼ି ମାରୁଛି ଶୋଇ
ମୁନୁ ଉଠିଗଲେ ଉଠିଯିବ ସିଏ
ଧାଇଁ ଗୁଡୁ ଗୁଡୁ ହୋଇ।୪।
∎
ନୟାଗଡ଼
ଦୂରଭାଷ-୯୪୩୭୪୮୪୭୮୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

03-01-2026 / 10:33:25

ଭଲହେଇଛି କବିତାଟି

Dhananjaya swain

02-01-2026 / 17:55:51

Touched me. Nice poem

ମୋହନ କୁମାର ସ୍ୱାଇଁ

01-01-2026 / 19:44:16

ପ୍ରଥମରୁ ଯତିପାତ ବିଗିଡି ଥିବାର ଦେଖିବାକୁ ମିଳିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion