Skip to content
ଶିଶୁ କିଶୋର

କବିତା

ହେ ପ୍ରିୟ ଗୁରୁ ମୋର

ହେ ପ୍ରିୟ ଗୁରୁ ମୋର

ତୁମେ ବ୍ରହ୍ମା, ବିଷ୍ଣୁ ତୁମେ ମହେଶ୍ୱର
ହେ ପ୍ରିୟ ଗୁରୁ ମୋର
ତୁମରି ଆଶିଷେ ଜ୍ଞାନର ଆଲୋକ
ଚଉଦିଗ ବାସେ ମୋର 
         ହେ ପ୍ରିୟ ଗୁରୁ ମୋର  ।
ଧର୍ମ ,ନିତି ,ଶିକ୍ଷା ଜୀବନ ର ଦିକ୍ଷା
ଢାଳି ଶିକ୍ଷାମୃତ ଧାର
ଜୀବନ ଜୀବିକା ହୋଇ ବିଶ୍ଵକର୍ମା
ସାଜ ତୁମେ ରୂପ କାର
         ହେ ପ୍ରିୟ ଗୁରୁ ମୋର  ।
ଅଜ୍ଞାନ ଅନ୍ଧାର କରିଅଛ ଦୂର
ଦୀପ ଶିଖା ହୋଇ ମୋର
ଚାଲିଲେ ଅବାଟ କରିଛ ଆକଟ
ଖୋଲିଛ ସୁପଥ ଦ୍ଵାର 
          ହେ ପ୍ରିୟ ଗୁରୁ ମୋର  ।
ମନ୍ଦ ବୁଦ୍ଧି ମୋର କରିଅଛ ନାଶ
ସାଜି ତୁମେ ମହେଶ୍ୱର
ସତ୍ୟ, ଶାନ୍ତି,ଦୟା କ୍ଷମା ଆଚରଣ
ହେବ ଏହା ବ୍ରତ ମୋର
          ହେ ପ୍ରିୟ ଗୁରୁ ମୋର  ।
ତୁମରି ଚରଣେ କୋଟି ନମସ୍କାର
ପରଂବ୍ରହ୍ମ ଗୁରୁ ମୋର
ଚିର ବନ୍ଦନୀୟ ଏ ଧରା ପୃଷ୍ଠାରେ
ଯୁଗେ ଯୁଗେ ଶ୍ରେଷ୍ଠତର
         ହେ ପ୍ରିୟ ଗୁରୁ ମୋର  । 
∎
         
ବସୋଇ, ପରଜଙ୍ଗ, ଢେଙ୍କାନାଳ
      ମୋ.୯୭୭୬୪୫୪୮୦୦

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion