କବିତା
ବଡ଼ ଅଜବ କଥା

ବାଉଁଶ କାଳେ ଘାସ ଶ୍ରେଣୀର ବିଜ୍ଞାନ ଦିଏ ମତ ।
ବୁଝି ହୁଏନା ଅଜବ କଥା
ତଥାପି କଥା ସତ ।।
ବାଘ କୁଆଡେ଼ ବିଲେଇ ଜାତି
ଦିଶନ୍ତି ଏକା ପରି ।
ବାଘ ଦେଖିଲେ ଲାଗଇ ଭୟ
ବଞ୍ଚନ୍ତି ଡରିମରି ।।
ଜନମ ହେଲେ ମରଣ ଅଛି
ସଂସାର ନିୟମ ଏହା
ଏମିବା କେବେ ମରଇ ନାହିଁ
ବିଜ୍ଞାନ କହେ ଯାହା ।।
ସୁରୁଜ ଶୋଷେ ସାଗର ପାଣି
ଯାହା ଲୁଣିଆ ଅତି ।
ସେହି ପାଣିରେ ବରଷା ହେଲେ
ମିଠା ଲାଗେ କେମିତି ?
ସାଆଁବାଳୁଆ ଦେହ ଛାଡ଼ିଲେ
ହୁଏ ପରଜାପତି ।
ମଣିଷ କାଳେ ମାଙ୍କଡ ଥିଲା
ଭାବିଲେ ଥରେ ଛାତି ।।
ଶାମୁକା ଦେହେ ମୁକୁତା ରହେ
ବହୁତ ମୂଲ୍ୟବାନ ।
ଅଶ୍ୱତ୍ଥn ବୃକ୍ଷ ରାତି ବେଳରେ
ଛାଡଇ ଅମ୍ଳଜାନ ।।
ଏମିତି ଅଛି କେତେ ରହସ୍ୟ
ଭାବିଲେ ମୁଣ୍ଡ ବଥା ।
ଜ୍ଞାନ ବିଜ୍ଞାନ କାହାଣୀ ଇଏ
ବଡ଼ ଅଜବ କଥା ।
∎
କେନ୍ଦୁଝର
୯୪୩୮୧୯୨୮୧୦

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
04-09-2025 / 11:12:55
ବହୁତ ସୁନ୍ଦର ହେଇଛି ବିଜ୍ଞାନ ଭିତ୍ତିକ କବିତାଟି।