Skip to content
ଶିଶୁ କିଶୋର

କବିତା

ନାଆଁ ଟି ମୋର ବଉଳ

ନାଆଁ  ଟି ମୋର ବଉଳ

ମହାପ୍ରଭୁଙ୍କର ଶ୍ରୀଅଙ୍ଗ ରେ ଯେଉଁ
ସେନାପଟା ହୁଏ ଭିଡା
ତୁମେ କି ଜାଣିନ ମୋହରି କାଠରେ
ହୋଇଥାଏ ତାହା ଗଢା?

ଫଳଟି ମୋହର କୋଳି ଆକାର ର
ଶୁଆଥଣ୍ଟ ପରି ନାଲି
କଷାଳିଆ ମିଠା ସୁଆଦ ତାହାର
ଖାଇଲେ ହୁଏନି ଭୁଲି ।

ନାକଫୁଲ ପରି ଅତି ଛୋଟଛୋଟ
ଫୁଲ ଅଟେ ସିନା ମୋର
ଚଉଦିଗ କିନ୍ତୁ ମହକି ଉଠଇ
ମିଠା ସୁବାସରେ ତାର।

ମାଆକାନି ପରି ବିଛେଇ ଦିଅଇ
ଗହଳ ଶୀତଳ ଛାଇ
ଥକା ବାଟୋଇ ର କଷଣ ଅଚିରେ
ଦୂର କରିଥାଏ ମୁହିଁ।

ମୋହରି ଦିହରେ ଭରି ରହିଅଛି
ନାନାଜାତି ଓଉଷଧି
ଯାହାକୁ ସେବନ କରିଲେ ଦୂରେଇ
ଯାଇଥାଏ ରୋଗବ୍ୟାଧି।

ଏଥର ପିଲାଏ ପାଇ ସାରିବଣି
ପରିଚୟ ନିଶ୍ଚେ ମୋର
ଅଟେ ମୁଁ ସବୁରି ଅତି ଉପକାରୀ
ନାଆଁ ଟି ମୋର ବଉଳ ।

∎

ମଣ୍ଡୁଆ, କେନ୍ଦୁଝର ଗଡ
ମୋ ୯୪୩୭୭୫୨୩୯୫

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

04-09-2025 / 11:11:00

ସୁନ୍ଦର ହେଇଛି କବିତାଟି। ଏହାର ଔଷଧୀୟ ଗୁଣ କଥା ଟିକିଏ ଲେଖିଥିଲେ ଭଲ ହେଇଥାଆନ୍ତା

ମୋହନ କୁମାର ସ୍ୱାଇଁ

01-09-2025 / 11:36:43

ଖୁବ୍ ସୁନ୍ଦର ଲାଗିଲା କବିତା ଟି

Dhananjaya swain

01-09-2025 / 10:19:58

Lekhati bhala hoichhi.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion