କବିତା
ଫଳ ମାନେ ଦିନେ ଲାଗିଲେ କଳି

ଫଳ ମାନେ ଦିନେ ଲାଗିଲେ କଳି ।
ସଭିଏଁ ଏକକୁ ଆରେକ ବଳି ॥
କଞ୍ଚା ପିଜୁଳିକୁ କସି କାକୁଡି ।
ଖାଇଲେ ଜାଣିବ କଂଚା କାମୁଡି ॥
ଆପେଲ କହିଲା ମୋତେ ଯେ ଖାଏ ।
ରୋଗ ତାଆ ଠାରୁ ଦୂରେଇ ରହେ ॥
ପାକଲା କଦଳୀ ଭାରି ସୁଆଦ ।
ମୁଣ୍ଡର ବୁଦ୍ଧି ମୁଁ କରେ ସମୃଦ୍ଧ ॥
ସପୁରି ପଣସ ସୁଆଦ ମିଠା ।
ଖଜା ପଣସ ତୁ ମିଠାକୁ ଅଠା ॥
ପାଟିକି ସୁଆଦ ପେଟକୁ ହିତ ।
ଲିଚୁ ଫଳ ପରି ହେବ କେ ମିତ ॥
ଉପରେ ସବୁଜ ଭିତରେ ନାଲି ।
ତରଭୁଜ ଖାଅ ପାଣିକୁ ଭୁଲି ॥
ରୋଗୀ ଅବା ଭୋଗୀ ସଭିଏଁ ଖାଅ ।
ଅଙ୍ଗୁର କୋଳି ମୁଁ ସବୁରି ପ୍ରିୟ ॥
କୋଷା କୋଷା କରି ଖାଅ କମଳା ।
ଭିଟାମିନ -ସି ମୋ ଦେହ ସାରା ॥
ପରିବା ସିନା ମୁଁ ଫଳରେ ଯାଏ ।
ମିଠା ଭଣ୍ଡା ପରି ସୁଆଦ କିଏ ॥
ଟିକି ଟିକି ଦାନା ନାଆ ବେଦନା ।
ନିଆରା ସୁଆଦ ଭୁଲି ହୁଏନା ॥
ବାହାରେ ଟାଣ ମୋ ଭିତରେ ପାଣି ।
ଶ୍ରୀଫଳ ମହିମା କିଏ ନଜାଣି ॥
ଫଳ ରାଇଜର ରାଜା ମୁଁ ଆମ୍ବ ।
କଂଚା-ପାଚଲା ମୋ ସରି କେ ହେବ ॥
ସବୁ ଫଳ ଏବେ ହେଲେଣି ମେଳ ।
ସାଲାଡ କର ମା` ବୋହିଲା ଲାଳ ॥
∎
Ph:9437114952
email: sanatan.oes@gmail.com

ଲେଖା ସମ୍ପର୍କୀୟ ମତାମତ
ମନୋରମା ମିଶ୍ର..
02-09-2024 / 16:59:59
ପିଲାମାନେ ଫଳ ବିଷୟରେ ଜାଣିବାପାଇଁ ଅନେକ କଥା କବିତାଟିରେ ରହିଛି...
,ଧୀରେନ ମିଶ୍ର
01-09-2024 / 16:55:15
ଛୋଟ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଫଳ ଓ ସେମାନଙ୍କର ଉପକାରିତା ଗୀତ ମାଧ୍ୟମରେ ଜଣାଇବାର ସୁନ୍ଦର ପ୍ରୟାସ ସ୍ବାଗତ ଯୋଗ୍ୟ । କବିଙ୍କ କଲମ ଏପରି ଚଞ୍ଚଳ ଥାଉ । ତାଙ୍କର ସାଧୁ ଉଦ୍ୟମ ପାଇଁ ଆନ୍ତରିକ ଭକ୍ତି ଓ ପ୍ରଣାମ ।
ଡ. ବିଜୟା ପାତ୍ର
01-09-2024 / 12:17:21
ବହୁତ ଭଲ ଲାଗିଲା। କବିଂକୁ ଧନ୍ଯବାଦ।
Dinabandhu Poi
01-09-2024 / 09:55:43
ସବୁ ଫଳଙ୍କର ଯେତେ ସୁଗୁଣ ବଖାଣି ଅଛନ୍ତି ସବୁ ଆପଣ , ସବୁସ୍ତର ପାଇଁ ଲେଖା ଉତ୍ତମ ଜଣାଏଁ ସେ ପାଇଁ ମୁହିଁ ପ୍ରଣାମ ।