କବିତା
ଆମଠୁ ସେ କ`ଣ ନିଏ ?

ଅସୀମ ଆକାଶେ ଝିଲିମିଲି ତାରା
ଆମକୁ ଆଲୁଅ ଦିଏ
ଶୀତଳ ଚନ୍ଦନ ପରି ଲାଗେ ତାହା
ଆମଠୁ ସେ କ`ଣ ନିଏ ?
ସୁନୀଳ ଗଗନେ ଜହ୍ନମାମୁ ଉଏଁ
ଶୀତଲତା ତା`ର ଛୁଏଁ
କେଡେ ମନୋରମ କେତେ ଆପଣାର
ଆମଠୁ ସେ କ`ଣ ନିଏ ?
ସୁନାଖରା ବୁଣେ ନଭେ ରବିଅଜା
ଆମକୁ ଜୀବନ ଦିଏ
ସବୁ ଗ୍ରହଙ୍କର ମୁଖିଆ ପରା ସେ
ଆମଠୁ ସେ କ`ଣ ନିଏ ?
ସବୁଜିମା ଭରା ତରୁ ଲତା ଗୁଳ୍ମ
ପ୍ରାଣବାୟୁ ପରା ଦିଏ
ଧରାପରେ ସବୁ ଦିଏରେ ସଜେଇ
ଆମଠୁ ସେ କ`ଣ ନିଏ ?
ଆମର ମଙ୍ଗଳ ସାଧନ ପାଇଁକି
କିଛି ନିଅନ୍ତିନି ଯିଏ
ଖଞ୍ଜିଛନ୍ତି ସବୁ ଏ ବଶ୍ୱ ବ୍ରହ୍ମାଣ୍ଡେ
ଜଗତର ସାଇଁ ସିଏ ।
∎
ଓସ୍କାର ସିଟି,ଲେନ୍ ନଂ ୯,ପ୍ଲଟ ନଂ ୪୫୬
ଲକ୍ଷ୍ମୀସାଗର କେନାଲ ରୋଡ଼,ଭୁବନେଶ୍ୱର
ମୋ -୯୪୩୮୩୩୨୧୩୮

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
03-05-2025 / 07:55:15
କବିତାଟି ଭଲଲାଗିଲା। ଧନ୍ୟବାଦ ନଗି ଭାଇ।
ମିନତି ପଟ୍ଟନାୟକ
01-05-2025 / 09:40:39
ଶିକ୍ଷଣୀୟ ସାର୍ ପ୍ରଣାମ