Skip to content
ଶିଶୁ କିଶୋର

କବିତା

ଶିଶୁର ଓଠରେ

ଶିଶୁର ଓଠରେ

ଶିଶୁର ଓଠରେ ହସ ଚମକିଲେ
ମାଆ ମୁହେଁ ଭରେ ଖୁସି
ମାଆର ଓଠରୁ ଡେଇଁ ସେଇ ହସ 
ଶିଶୁ ଓଠେ ଯାଏ ଲାଖି I
ଶିଶୁ ମୁହେଁ ହସ ଭଉଁରୀ ଖେଳିଲେ
ମାଆ ମନ ଯାଏ ପୁରି
ମାଆରଆଖିରେ କେତେଯେଖୁସିରେ
ଲୋତକ ଯାଏଟି ଭରି ।
ଶିଶୁ ସୁନା ମୁହଁ ଉଦିଆଁ ଚାନ୍ଦ ସେ
ଉଏଁ ମାଆ ମନ ଆକାଶେ
ସେ ଚାନ୍ଦ ଉକିଆ ଫରଚା ବଢ଼ିଆ ;
ମାଆର ମନ ଝଲସେ ।
ଶିଶୁର ଓଠରେ ମାଆ ମୁହଁ ଭାଷା
ଧିରେ ଧିରେ ଯାଏ ଫୁଟି
ଶିଶୁର ଓଠରୁ ଶବଦ ଆକାରେ
ଶବ୍ଦ ଫୁଲ ପଡ଼େ ଫିଟି I
ଶିଶୁ ମୁହଁ ଭାଷା ମାଆ ଭାଷା ଭଳି
ଆସ୍ତେକି ଆସେ ଉତୁରି
ମାଆ ମୁହଁ ଭାଷା ଶିଶୁ ମାତୃଭାଷା
ଶିଶୁ ନିଏ ଆପେ ଆଦରି I
ଶିଶୁର ଓଠରେ ମାଆ ମୁହଁ ଚୁମା
ଛୁଆଁ ଆଣେ ଶିହରଣ
ଶିଶୁ ହସି ଦିଏ ଛୁଆଁ ଆବେଗରେ
ଖୁସି ଭରେ ମାଆ ମନ I

∎

ବଉଦରାଜ, ଜି. ବୌଦ୍ଧ
ମୋ.9437478466

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ବୀରେନ୍ଦ୍ର ମହାନ୍ତି

01-05-2025 / 21:26:43

ଖୁବ୍ ସୁନ୍ଦର ଶୈଶବର କଥା କହିଛନ୍ତି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion