Skip to content
ଶିଶୁ କିଶୋର

କବିତା

ଆମ ରାଇଜର ଦୁଇଟି ନେତ

ଆମ ରାଇଜର ଦୁଇଟି ନେତ

ଆମ ରାଇଜର ଦୁଇଟି ନେତ
ଲାଗନ୍ତି ସେ ଦୁଇ ଆମରି ମିତ
ଏକ ପତିତପବନ,
ଆନଟି ତ୍ରିରଙ୍ଗା ଜାତୀୟ ପତାକା
ଦିଶେ କେଡ଼େ ଶୋଭାବନ।

ପତିତପାବନ ପତିତ ତାରେ
ଦୁଃଖୀ ଜନଙ୍କର ଦୁଃଖକୁ ହରେ
ପ୍ରଭୁଙ୍କର ଆଜ୍ଞା କାରୀ,
ପତିତପାବନ ନାଆଁ ଧରିଦେଲେ
ସବୁ ଦୁଃଖୁ ହୁଏ ପାରି।

ଜାତିର ପ୍ରତୀକ ତ୍ରିରଙ୍ଗା ନେତ
ତିନି ରଙ୍ଗ ବୋଳି ଉଡଇ ସେତ
ସ୍ୱାଭିମାନୀ ନେତଟିଏ,
ଭାରତ ମାତାର ଗଉରବ ଗାଥା
ଉଡ଼ି ଉଡ଼ି ଗାଉଥାଏ।

କେଡ଼େ ଭାଗ୍ୟବାନ ଆମେରେ ସତେ
ଦୁଇ ନେତ ଛନ୍ତି ଆମରି ହିତେ
କାହାକୁ ଡରିବୁ କିଆଁ,
କାଳିଆ ଠାକୁର ସୁଖରେ ଦୁଃଖରେ
ଯା` ପଛେ ହୁଅନ୍ତି ଠିଆ।
∎
କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମିନତି ପଟ୍ଟନାୟକ

01-08-2025 / 15:06:41

ଲେଖାଟି ସୁନ୍ଦର।ହେଇଚି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion