Skip to content
ଶିଶୁ କିଶୋର

କବିତା

ହସିଲା ଗହୀର ମାଳ

ହସିଲା ଗହୀର ମାଳ

ବରଷା ଝରିଲା ଝରଝର ହୋଇ
କ୍ଷେତରେ ଭରିଲା ପାଣି
ବେଙ୍ଗନନା ସାଥେ ବୁଲି ବାହାରିଲା
ଫୁଲେଈ ବେଙ୍ଗୁଲୀ ନାନୀ.
ନାନୀ ହସି କହେ ଦେଖୁଛ କେମିତି
ହୋଇଛି ବଢିଆ ପାଗ
ଏମିତି ବେଳରେ ମନ ମୋ ହେଉଛି
ଗୀତଟେ ଗାଇବି ଆଗ.
ଗୀତ ମୁଁ ଗାଇଲେ ପାଳି ଧରିବୁ ତୁ
ଗୀତବୋଲା ଯିବ ଜମି
କେହି କହିବେନି ନକରା ଗାଉଛି
ସଂଗୀତରେ ଅଛି କମି.
ଗୀତ ସାଥେ ଆମେ କରିବା ନାଚରେ
ସଭିଏଁ ମାରିବେ ତାଳି
ଏମିତି ପାଗରେ ଖୁସି ହୋଇଯିବେ
କେହି ଦେବେ ନାହିଁ ଗାଳି.
ଘୁଙ୍ଗୁର ନାଇକି ବେଙ୍ଗୁଲୀ ନାଚିଲା
ବେଙ୍ଗ ଦେଲା ସାଥେ ତାଳ
ବରଷା ଝରିଲା ଝରଝର ହୋଇ
ହସିଲା ଗହୀର ମାଳ.

∎

କ୍ୱାର୍ଟର ନମ୍ବର ଆଇ ଭି 50/1
ୟୁନିଟ -3, ଖାରବେଳନଗର
ଭୁବନେଶ୍ୱର 751001
ଭ୍ରାମ୍ୟଭାଷ :6372915418

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ବୃନ୍ଦାବନ କୁମ୍ଭାର

01-08-2025 / 14:42:03

ଅତି ସୁନ୍ଦର

Prabasini Mishra

01-08-2025 / 14:39:17

ବହୁତ ମଜା କବିତାଟିଏ ପିଲାଙ୍କ ମନଲାଖି

Antaryami pradhan

01-08-2025 / 14:25:58

ଭଲ ଲାଗିଲା ।

ଜୟକୃଷ୍ଣ ସାହୁ

01-08-2025 / 11:26:55

ଲକ୍ଷ୍ମୀକାନ୍ତ ଚମତ୍କାର କବିତାଟିଏ ଲେଖିଛ। ଭଲଲାଗିଲା। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion