Skip to content
ଶିଶୁ କିଶୋର

କବିତା

ତିନି ରଙ୍ଗେ ମୋର ଦେହ ଟି ଗଢ଼ା

ତିନି ରଙ୍ଗେ ମୋର ଦେହ ଟି ଗଢ଼ା

ଯେଉଁ ଦିନ ଠାରୁ ମୁକତି ମନ ରେ
ଫର ଫର ହୋଇ ଉଡୁଛି,
ମୋ ଦେଶ ମାଟିର କୋଟି କୋଟି ହୃଦେ
ଶାନ୍ତି, ଏକତା ବଢୁଛି ।

ମୋ ଦେହ ଟି ଗଢ଼ା ତିନି ରଙ୍ଗେ ପରା
ସବୁଜ, ନାରଙ୍ଗୀ, ଧବଳ,
ସେ ତିନି ରଙ୍ଗରେ ଅଶୋକ ଚକ୍ର ଟି
ରଖିଛି ମୋ ମନ ସବଳ ।

ମୋତେ ଧରି ହାତେ ସଂଗ୍ରାମୀ କେତେ
ନିଜ ସୁଖ ଦେଲେ ବଳି ରେ,
ଆଣିଲେ ବିଜୟ ପୁଣ୍ୟ ମାଟିର
ନ ଡ଼ରି ବନ୍ଧୁକ ଗୁଳିରେ ।

ଭାରତ ମାଆର ମମତା ର ମୁଲ
କାହିଁ ବା ଫିରିଙ୍ଗି ବୁଝିଲା ,
ସେ ଲାଗି ତାହାର ଗରବ, ଦମ୍ଭ
ସବୁଦିନ ପାଇଁ ହଜିଲା ।

ଯେତେ ଯିଏ ପଛେ ଅଶୁଭ ମନାସୁ
ଜୀବନେ କେବେ ମୁଁ ହାରେନି,
ମୋ ପୁଣ୍ୟ ମାଟିର କୋଳେ ଯେ ଜନମ
କାହା ଅମଙ୍ଗଳ କରେନି ।


ଉଡୁଛି ଉଡିବି ହରଷ ମନରେ
ରଖିବି ମାଆର ସୁନାମ,
ଅହିଂସା, ସତ୍ୟ ପଥରେ ପଥିକ
ଜାତୀୟ ପତାକା ମୋହରି ନାମ ।
∎
ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ 7008304225

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion