କବିତା
ନାନାବାୟା ଗୀତ

କଟର କଟର କେଁ କଟରଲୋ
ଶଗଡରେ ନାହିଁ ତେଲ
ଲଟର ପଟର ଛେଳିଛୁଆ ଆସି
ମାଆ ପାଖେ ହେଲା ଗେଲ ।
ଛେଳି ଗେଲ କଲାନାହିଁ ।
ଚଞ୍ଚଳ ଚଞ୍ଚଳ କ୍ଷୀର ଖୁଆଇଲା
ଭୋକିଲା ଛୁଆକୁ ଚାହିଁ ।
କୁକୁର ଭୁକିଲା ଭୋ-ଓ-ଓ
ଗାଆଁମୁଣ୍ଡ ବୁଦା ଉହାଡୁ ବିଲୁଆ
ଡାକଦେଲା ହୁକେ ହୋ-ଓ-ଓ ।
ସଞ୍ଜ ବେଳ ରତରତ
କାନ୍ଥକୋଣ ଫଟ ପଛପଟୁ କହେ
ଝିଟିପିଟି ସତସତ ।
ନସରପସର ତେଢିଆ ନନାଲୋ
ମନ୍ଦିରେ ପିଟିଲେ ଘଣ୍ଟ ।
ଚକ୍ରଧର ଡାକି ପଞ୍ଜୁରୀ ଭିତରେ
ଶୁଆ ଘଷୁଥିଲା ଥଣ୍ଟ ।
×××××××××××××
∎
ଶୁଶୁଡା , ଅନୁଗୋଳ
ଫୋନ୍ – 7978087891

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
02-10-2025 / 22:02:50
ଖୁବ୍ ସୁନ୍ଦର ଲାଗିଲା କବିତା ଟି
Govinda Chandra Tripathy
01-10-2025 / 12:34:58
ସୁନ୍ଦର କବିତା
ଲକ୍ଷ୍ମୀଧର ନାୟକ
01-10-2025 / 10:59:59
କବିତାଟି ଶିଶୁ ମନଲାଖି