କବିତା
ନାତି ଟୋକା ଥାଇ କହିଲା ଚିଲେଇ

ଧୋତି ପିନ୍ଧି ଜେଜେ
ଅଣ୍ଟାରେ ଖୋସିଲେ
ସୁଉକି ଗୋଟିଏ ଗଣି,
ଖବର କାଗଜ ପଢି ବସିଲେ
ଚଉକିଟିଏ ଟାଣି ।
ପଢୁ ପଢୁ ସେ ଢୁଳେଇ ହେଲେ
ସୁଉକି ଗଲା ପଡି ,
ଉଠି ପଡିଲେ ଯେବେ ସେ ଧୋତି
କୁଞ୍ଚ ସଜାଡି କରି ।
ରଖିଥିଲି ତା` ପିଇବାକୁ ଚା`
ଯାଇ ଗାଁ ମୁଣ୍ଡ ଛକ,
ଖୋଜି ଆଣିବାକୁ କହିଲେ ଆଈକୁ
କରି ସେ କଉତୁକ ।
ନାତି ଟୋକା ଥାଇ କହିଲା ଚିଲେଇ
କଣ ଖୋଜୁଛୁ ଆଈ,
ଜେଜେଙ୍କ ଚଉକି ତଳୁ ତା` ପାଇ ମୁଁ
କୁମ୍ପିରେ ରଖିଛି ନେଇ ।
ଗୋଟିଏ ଗୋଟିଏ ଟଙ୍କା ଜମା କଲେ
ହୁଅଇ କୋଟିଏ ଟଙ୍କା,
ଜେଜେ ପରା କହୁଥିଲେ ସଞ୍ଚେ ଯିଏ
ତା` ମନେ ନ ଥାଏ ଦକା ।
ଶୁଣି ଏ କଥାକୁ ଜେଜେ ଖୁସି ହେଲେ
ପଛ କଥା ଗଲେ ଭୁଲି,
କହିଲେ ବୁଦ୍ଧିରେ ନାତି ସଙ୍ଗେ ମୋର
କେହି ହେବେ ନାହିଁ ସରି ।

ଲେଖା ସମ୍ପର୍କୀୟ ମତାମତ
Dr Purusottam Dhal
05-04-2024 / 17:05:18
Very nice
BASANTA KUMAR SAMAL
04-04-2024 / 13:14:12
Very nice article
Lilipta kumar khuntia
03-04-2024 / 14:46:07
ଖୁବ ଭଲ ହେଇଛି ,ବେଶ ଶିକ୍ଷାୟୁକ୍ତ୍
ଜୟକୃଷ୍ଣ ସାହୁ
02-04-2024 / 20:31:41
କଵିତାଟି ସୁନ୍ଦର ଭାଵନା ଉପରେ ପର୍ଯ୍ୟବେଶିତ। ଭଲ ଲାଗିଲା। ଧନ୍ୟବାଦ୍।
କୁଞ୍ଜବିହାରୀ ସାହୁ
02-04-2024 / 13:23:01
ପୁରୁଣା କଥାକୁ ମନେ ପଡିଗଲା , ଆଜିକାଲିକା ପିଲା ଜାଣିବା ଦରକାର । ଭଲ ଲାଗିଲା ।