କବିତା
ଗାଲୁରୁଗାଲୁ

ଚୁଟିଆମୂଷା ଓଳିଆ କାଟି
ଧାନ ନଉଟି ବୋହି
ପୁଷିମାଉସୀ ଚୂଲୀ ମୁଣ୍ଡରେ
ନିଦରେ ଗଲା ଶୋଇ ।
ଆମରି କୁନା ଶୋଇବ ତାକୁ
ମାଡ଼ିଆସୁଚି ହାଇ
ସରଗଶଶି କୁନା ଆଡ଼କୁ
ରହିଚି ଦେଖ ଚାହିଁ ।
କୁନା କହିଲା : ଆସିବ ମାମୁ
ଦେଖିବା ଯାତ ଯାଇ
ମାମୁ କହିଲେ : ଶୋଇପଡ଼ ତୁ
ଆଜି ମୋ ବେଳ ନାହିଁ ।
କାଲିଆଡ଼କୁ ଆସିବି ବାବୁ
ସାଂଗରେ ଥିବ ମାଇଁ
ପିଇଦେ ଆଉ ଟୋପିଏ କ୍ଷୀର
ଦେଇଚି କାଳୀ ଗାଈ ।
ଶୋଇପଡ଼ିବ ଏଥର କୁନା
ମାଡ଼ିଆସୁଚି ହାଇ
ମୋ ଧନମାଳି ଗାଲୁରୁଗାଲୁ
ଗୀତ ଦେଲାଣି ଗାଇ ।
ମାଆ କହିଲେ ଗପ ଗୋଟିଏ
ନାଆଁ ତା ଟୁଆଁ ଟୁଇଁ
ନିଦ ମାଉସୀ ଆଉଁଶି ଦେଲା
କାଉଁରୀ କାଠି ଛୁଇଁ ।
∎

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
02-04-2024 / 20:18:47
ଆପଣଙ୍କ କବିତାର ସ୍ଵତନ୍ତ୍ରତା ନିଆରା। ଭଲ ଲାଗିଲା। ଧନ୍ୟବାଦ୍।
Dinabandhu poi
02-04-2024 / 20:18:09
ପିଲାଙ୍କୁ ଛୁଇଁଲା ଭଳି କବିତା ,
କୁଞ୍ଜବିହାରୀ ସାହୁ
02-04-2024 / 13:35:29
ବହୁତ ଭଲ ଲାଗିଲା । ସରଳ ଶବ୍ଦରେ ପିଲାଙ୍କୁ ବୁଝା ପଡ଼ିବା ଭଳି କବିତା
ଦୀନବନ୍ଧୁ କର
02-04-2024 / 10:56:14
ମନଛୁଆଁ କବିତା