କବିତା
ରଖିଯିବା ଯଶ ନାମ

ଘଣ୍ଟା ଚାଲୁଥାଏ ନଈ ବହୁଥାଏ
ଅଟକିବା ଦେଖିନାହିଁ
ପଛକୁ ନ ଚାହିଁ ଆଗକୁ ଚାଲରେ
ଶିକ୍ଷା ଦିଏ ଆମ ପାଇଁ।
ଆଗକୁ ଚାଲିବା କଥାଟି ଶିଖିବା
ଘଣ୍ଟା ଓ ନଈକୁ ଦେଖି
ଆଜି କାମ ଆଜି କରିବା କଥାଟି
ଦେବା ଡାଏରୀରେ ଲେଖି।
ଅଳସୁଆ ଯିଏ କାମକୁ ପକେଇ
ବସି ମାରୁଥାଏ ହାଇ
ଆଗକୁ ଚାଲିବା କଥା ପୂରାପୂରି
ମନରୁ ସେ ଭୁଲିଥାଇ ।
ଘଣ୍ଟା ଚାଲୁଥାଉ, ନଈ ଚାଲୁଥାଉ
ହାତ ଚାଲୁଥାଉ ଆମ
ଭଲକାମ କରି ଆଗେଇ ଚାଲିଲେ
ରଖିଯିବା ଯଶ ନାମ ।
∎
୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
01-09-2025 / 14:29:28
ଶିକ୍ଷଣୀୟ କବିତାଟିଏ। ଭଲଲାଗିଲା।
ଧୀରେନ ମିଶ୍ର
01-09-2025 / 13:45:47
ନଈ ପରି ଗତିଶୀଳ ହେବାର ଦୃଷ୍ଟାନ୍ତ କୁନିପିଲାଙ୍କ ମନରେ ଭାବାବେଗ ସୃଷ୍ଟି କରିବ ନିଶ୍ଚୟ । ପ୍ରଣାମ ।
ମୋହନ କୁମାର ସ୍ୱାଇଁ
01-09-2025 / 11:34:48
Sundar ଶିକ୍ଷଣୀୟ କବିତା