Skip to content
ଶିଶୁ କିଶୋର

କବିତା

ଆସ ମାଆ ଦୂର୍ଗା

ଆସ ମାଆ ଦୂର୍ଗା

ଆସ"ମା" ଦୂର୍ଗା ଜଗତଜନନୀ
ସରଗୁ ଓହ୍ଲାଇ ଆସ
ମରତ ଭୂଇଁରେ ପାଦ ଥାପି ଥରେ
ଆମକୁ ଦିଅ ଆଶିଷ।।
ତୁମ ଆଗମନେ ଖୁସିର ଲହରୀ
ବହୁଛି ଧରଣୀ କୋଳେ
ହସେ ତରୁଲତା ସବୁଜ ବନାନୀ
ଫୁଲ ଫଳ ବୃକ୍ଷ ଡାଳେ।।
ପୂଜା ମଣ୍ଡପରେ ଆଲୋକ ଝଲସି
ଶୋଭା ପାଉଛି ତୋରଣ
ଫୁଲ ଦୀପ ଧୂପ ଟିକି ହାତେ ଧରି
କରୁଛୁ କୋଟି ପ୍ରଣାମ। ।
ଏ ଧରା ଧାମକୁ ଆସି ଥରେ ମାଆ
ଆଶିଷ ଦିଅଗୋ ଢାଳି
ତୁମରି ସନ୍ତାନ ଆଗେଇ ଚାଲନ୍ତୁ
ଦୁଃଖରେ ନ ଯାଆନ୍ତୁ ହାରି।।
ଛୋଟ ପିଲା ଯେତେ ଅଛୁ ଏ ମହୀରେ
ମାଆଙ୍କୁ ସ୍ମରଣ କରି
ବିଜୟ ବାରତା ଗାଇବା ସବୁଠି
ଧରମ ବାନାକୁ ଧରି।।(
∎
ନୀଳାଦ୍ରିବିହାର
ଭୁବନେଶ୍ବର--21
9937033750

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion