କବିତା
ଭୋଦୁଅ ରାଣୀ

ଭୋଦୁଅ ରାଣୀ
ନିଆରା ଠାଣି
ଚିକିମିକି ଖରା
ତା ସାଥେ ପାଣି।
ଟିକିଏ ଖରା
ଟିକିଏ ଛାଇ
ମାଟି ମା ଛାତିରେ
ପହଁରେ ଯାଇ।
କାଶତଣ୍ଡୀ ଟି
ମୁଁହ କାଢେ ଟି
ଧୋବ ପଣତ ତା
ବଢିଯାଏ ଟି।
ହରଗଉରା
ଦିଶଇ ତୋରା
ଖୁଦୁରୁକୁଣୀର
ସାଥି ସେ ପରା।
ଟୁବି ଗଡିଆ
ଦିଶେ ବଢିଆ
ନାଲି,ଧଳା କଇଁ
କରେ କିମିଆଁ।
ଭୋଦୁଅ ମାସେ
ଶରତ ଆସେ
ଖୁସିର ପସରା
ମେଲେଇ ବସେ।
∎
ଆର୍,ପି,,୬୭..ପାଣ୍ଡବ ନଗର
ଟଙ୍କପାଣି ରୋଡ୍,ବଡଗଡ ବ୍ରିଟ୍ କଲୋନୀ
ଭୁବନେଶ୍ବର,,୧୮

ଲେଖା ସମ୍ପର୍କୀୟ ମତାମତ