Skip to content
ଶିଶୁ କିଶୋର

କବିତା

ଛୋଟ ଛୋଟ

ଛୋଟ  ଛୋଟ

ଛୋଟ ଛୋଟ ଟିକି ଫୁଲ
କିଣି ନିଏ ମନକୁ
ଛୋଟ ଛୋଟ ଗୀତ ଯେତେ
ଭଲ ଲାଗେ କାନକୁ।

ଛୋଟ ଛୋଟ ମିଠା ଫଳ
ଲାଗେ ଭାରି ସୁଆଦ
ଛୋଟ ଟିକି ପ୍ରଜାପତି
ଦିଏ କେତେ ଆନନ୍ଦ।

ଛୋଟ ଛୋଟ ଦୟାଭାବ
ଛୁଇଁ ଯାଏ ହୃଦୟ
ଛୋଟ ଇର୍ଷା ଘୃଣା କରେ
ମଣିଷକୁ ନିର୍ଦ୍ଦୟ।

ଛୋଟ ଛୋଟ ବହି ଦିଏ
କେତେ ବଡ଼ ବାରତା
ପରାଣକୁ ଛୁଇଁ ଯାଏ
ନବୋଦିତ ସବିତା।

ଛୋଟ ଛୋଟ ଗୀତ ଗାଥା
ଛୋଟ ଛୋଟ କବିତା
ମରମରେ ଜାଳି ଦିଏ
ଚେତନାର ସଳିତା।

ଛୋଟ ଛୋଟ ପିଲାସବୁ
ହସ ମଜା କରନ୍ତି
ବଡ଼ ହୋଇ ପାଠ ପଢି
ଦୁନିଆକୁ ଗଢନ୍ତି।

ଆମେ ଆଜି ଛୋଟ ଅଛେ
କାଲି ବଡ ହୋଇବା
ଆମ ଗୁଣ ଗରିମାରେ
ଜଗତକୁ ମୋହିବା।

∎

ସମ୍ପାଦକ `କଳାମାଣିକ`
ସ୍ମୃତି ନଗର, ବରଗଡ଼-୨୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ବୃନ୍ଦାବନ କୁମ୍ଭାର

01-10-2025 / 17:14:09

ଅତି ସୁନ୍ଦର ଶିଶୁ କବିତା

ତପନ କୁମାର ସ୍ବାଇଁ

01-10-2025 / 14:58:50

ଖୁବ୍ ସୁନ୍ଦର ହୋଇଛି ଲେଖାଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion