କବିତା
ଭାଲୁ ନାଚିଲା

ଠେକୁଆ କହିଲା "ଭାଲୁ ଭାଇନା!
କୁଆଡେ ଯାଉଛ, ଟିକେ ରୁହନା
ଥେଇ ଥେଇ କରି ଘଡ଼ିଏ ନାଚ
ଦୁଲୁକି ଉଠୁ ଏ ବଣର ମଞ୍ଚ "
ହସି ହସି ବେଗେ କହିଲା ଭାଲୁ
"ଭାବିଛୁ କି ମୋତେ ଏଡିକି ଓଲୁ
ବିନା ପଇସାରେ ହୁଏ କି ନାଚ
ବୁଝି ଆ ଯାଇ ସତ କି ମିଛ ?"
"ପଇସା-କଉଡି ମୋ ପାଖେ ନାହିଁ
କହିଲା ଠେକୁଆ ଦୁଃଖରେ ଚାହିଁ
ନେବୁ ଯଦି ନେଏ ରଖିଛି କୋଳି
ତୋ ପାଇଁ ଆଣିଛି ଗଛରୁ ତୋଳି
ନାଲି ଟହ ଟହ କୋଳିକୁ ଦେଖି
ଭାଲୁପାଦ ସେଠି ରହିଲା ଲାଖି
ତାକ୍ ଧିନାଧିନ୍ କରିଲା ନାଚ
ଭାବିଲାନି ଟିକେ ଆଗ କି ପଛ
ଗ୍ରାମ/ପୋ :ତୋଟାପଡା
ଭାୟା -ଘଣ୍ଟେଶ୍ଵର
ଜି-ଭଦ୍ରକ -୭୫୬୧୨୯
ମୋ -୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
29-08-2025 / 22:09:58
ପିଲାଙ୍କ ମନଲାଖି କବିତାଟିଏ। ବହୁତ ଭଲଲାଗିଲା।
Shashi Kanta palai
09-08-2025 / 06:42:39
ପିଲା ମାନଙ୍କ ପାଇଁ ଏଭଳି ସୁନ୍ଦର କବିତା ଲେଖାଜାରି ରହୁ।
Mohan Kumar swain
01-08-2025 / 15:46:30
ଖୁବ୍ ସୁନ୍ଦର ଲାଗିଲା କବିତା ଟି