କବିତା
ଆଜି ଅଗଷ୍ଟ ପନ୍ଦର ତାରିଖ

ଆଜି ଅଗଷ୍ଟ ପନ୍ଦର ତାରିଖ
ତିରଙ୍ଗା ଉଡେ ଆକାଶେ
ଗରବରେ ଆମ ଛାତି ଫୁଲିଉଠେ
ଉଡେ ଦେଶଖ୍ୟାତି ବିଶ୍ବେ। (0)
ଭାଷା ଓ ଭାବରେ ହେଉ ବି ଅନେକ
ଅନେକରେ ସିଏ ଏକ
ଆପଣାପଣର ରଜ୍ଜୁରେ ବନ୍ଧା ତା
ଖ୍ୟାତି ମହକର ଟେକ
ଶୁଭିଯାଏ ସୁର ସେମିତି ଖ୍ୟାତିର
ତିରଙ୍ଗାର ଚଉପାଶେ
ଉଡେ ଦେଶଖ୍ୟାତି ବିଶ୍ବେ।(1)
ହଜାର ହଜାର ବରଷ ପୁରୁଣା
ତା` ସଭ୍ୟତାର ବାଣୀ
ବୀର ପୁରୁଷ ବା ମହିୟସୀ ନାରୀ
ଜାଗନ୍ତି ଡାକ ତା ଶୁଣି
ଅତୀତରେ ଥିଲା ଆଗାମୀରେ ସିଏ
ରହିବ ଧରାର ଶିର୍ଷେ
ଉଡେ ଦେଶଖ୍ୟାତି ବିଶ୍ବେ।(2)
ଖଣ୍ଡଗିରି(ଡୁମଡୁମା - କ)
ଭୁବନେଶ୍ବର - 751030
ମୋ - 9777968719

ଲେଖା ସମ୍ପର୍କୀୟ ମତାମତ
Mohan Kumar swain
01-08-2025 / 15:16:52
ଭଲ ଲାଗିଲା
Sanjukta parichha
01-08-2025 / 14:44:08
ସୁନ୍ଦର ଦେଶାତ୍ମବୋଧକ ଲେଖା ଟିଏ ।
Sanjukta parichha
01-08-2025 / 14:44:07
ସୁନ୍ଦର ଦେଶାତ୍ମବୋଧକ ଲେଖା ଟିଏ ।