କବିତା
ତା` ପରି କିଏ ହେବ

ମାଆଟି ମୋର ଅତି ନିଜର
ତାପରି କିଏ ହେବ ।
ଗୀତ ଗାଇବ ଗପ କହିବ
କୋଳେ ଶୁଆଇ ଦେବ ।।
କୋଳରେ ଧରି ଆଦର କରି
ଭାତ ଖୁଆଇ ଦେବ ।
ପାଖରେ ବସି ମୁଣ୍ଡ ଆଉଁସି
ମନ ଭୁଲାଉ ଥିବ ।।
ମହୁଠୁ ମିଠା ତାହାରି କଥା
ପେଟ ପୂରାଇ ନେବ ।
ସୁଖ ଦୁଃଖରେ ରହି ପାଖରେ
ସ୍ନେହ ମମତା ଦେବ ।।
ମୋ ପାଇଁ ସିଏ ଦେବତା ଟିଏ
ସବୁ ଅଜାଡି ଦେବ।
ତାପରି ସତେ ଏହି ଜଗତେ
ଆଉ କିଏସେ ହେବ ।।
ମାଆର ମନ ଫୁଲ ସମାନ
ଆଶିଷ ଖାଲି ଦେବ ।
ମାଆକୁ ଭଜି ଭାବୁଛି ଆଜି
ତାପରି କିଏ ହେବ ??
∎
ମଧୁସୂଦନ ମିଶ୍ର, କେନ୍ଦୁଝର
୯୪୩୮୧୯୨୮୧୦

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
29-08-2025 / 22:07:44
ବହୁତ ଭଲଲାଗିଲା କବିତାଟି।
ରଘୁନନ୍ଦନ ମହାପାତ୍ର
02-08-2025 / 23:12:23
ମାଆ। ଯେତେ କହିଲେ ସେହି ଜନନୀ ପାଇଁ ଶବ୍ଦ ନାହିଁ। କବିତା ଟି ତାଙ୍କ ପାଇଁ ସମର୍ପିତ। ନିବେଦିତ। ଧନ୍ୟବାଦ ଜଣାଉଛି।
Kamadev Jal
02-08-2025 / 04:28:43
ବହୁତ ସୁନ୍ଦର