କବିତା
ଫୁକୁଲ ଫୁକୁଲ ଫା

ଫୁକୁଲ ଫୁକୁଲ ଫା
କୁନା ପଢ଼ିବରେ ମା
ଟପର ଟପର ଟା
କୁନିକୁ ଡାକିବ ଆ ।
ଖୁପୁର ଖୁପୁର ଖ
କୁନିକୁ କହିବ ଵ
ଝପର ଝପର ଝ
ବହିକୁ ଟିକିଏ ଧ ।
ଝୁପୁରୁ ଝୁପୁରୁ ଝା
ମେଘ ବରଷିଲା ପା
ପାଣି ଧାର ବହି ଯା
ଡଙ୍ଗା ଭସାଇବା ଚା ।
ଟପର ଟପର ଟ
କାହିଁକି ଭିଜୁଛୁ କ
ଥଣ୍ଡା ଧରିଯିବ ତ
କପଡ଼ାରେ ପୋଛି ହ ।
∎
ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂର ଭାଷ - ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ
କୀର୍ତ୍ତନ ସାହୁ
06-08-2025 / 17:09:58
କବି ଧ୍ରୁବ ଚରଣ ଘିବେଲା ଓ କବି ମୋହନ ଚରଣ ସ୍ୱାଇଁ ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ମୂଲ୍ୟବାନ ମତାମତ ପାଇଁ।
ଧ୍ରୁବ ଚରଣ ଘିବେଲା
01-08-2025 / 22:47:10
ସୁଖପାଠ୍ୟ ହୋଇଛି
Mohan Kumar swain
01-08-2025 / 15:45:04
ଭଲ ଲାଗିଲା କବିତା ଟି
କୀର୍ତ୍ତନ ସାହୁ
01-08-2025 / 14:51:56
ବହୁତ ଧନ୍ୟବାଦ ମୂଲ୍ୟବାନ ମତାମତ ପାଇଁ।
Ashok sethi
01-08-2025 / 14:14:16
Very nice for childern