କବିତା
ମାଆ ହୁଅ ବାରେ ସାହାଗୋ

କଇଁ ଫୁଟିଲାଣି ପୋଖରୀ ପାଣିରେ
ଧଳାବଉଦର ମେଲଣ
ବାଡ଼ ଦେହେ ଥାଇ ଅପରାଜିତାଟି
ଆରମ୍ଭ କଲାଣି ଝୁଲଣ.
କାଶତଣ୍ଡୀ ଫୁଲ ନଈପଠା ପରେ
ମୁହଁକୁ ଦେଲାଣି ଦେଖେଇ
ନିରିମଳ ପାଣି ମାଠିଆରେ ଭରି
ଆଣୁଛି ଟୁକୁନି କାଖେଇ.
ସକାଳୁ ସକାଳୁ ଝରିପଡୁ ଅଛି
ଗଛ ମୂଳେ କେତେ ଶେଫାଳି
ଶରତ ଆସିବ ଧରାପରେ ପରା
ଜଣାଏ ବିହଗ କାକଳି.
ଯୁଦ୍ଧ ଘନଘଟା ତୁଟିଯାଇ ନାହିଁ
ଏବେ ବି ଚାଲିଛି ଲଢ଼େଇ
ନିରୀହ ଶିଶୁଏ ମରି ଶୋଉଛନ୍ତି
ଯାଉନାହିଁ ତାଙ୍କ ବଡେଇ.
ଆସ ଅବତରି ଏଇ ଧରାଧାମେ
ମାଆ ହୁଅ ବାରେ ସାହାଗୋ
ଆଶିଷ ବରଷ ଅଧମଜନରେ
କହିଦିଅ ଥରେ ଆହାଗୋ.
ଦୂର ହୋଇ ଯାଉ ଅଭାବକଷଣ
ଶାନ୍ତିର ପତାକା ଉଡ଼ାଇ
ଆଜିର ମଣିଷ ଛାଡ଼ିଦେଉ ତା`ର
ତୁଚ୍ଛା ଗର୍ବଦମ୍ଭ ବଡ଼ାଇ.
କ୍ୱାର୍ଟର ନମ୍ବର ଆଇ ଭି 50/1
ୟୁନିଟ -3, ଖାରବେଳନଗର
ଭୁବନେଶ୍ୱର 751001
ଭ୍ରାମ୍ୟଭାଷ :6372915418

ଲେଖା ସମ୍ପର୍କୀୟ ମତାମତ
ବିଜୟ ଛାଟୋଇ
01-11-2025 / 09:10:40
ବଢିଆ