କବିତା
ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର
ଆସିଲା ମିତ
ପତାକା ପୀଠରେ
ଗାଇବା ଗୀତ
ବାଜା ବଜାଇ
ଚଉଦିଗ ଦେଇ-
ଥିବା ସଜାଇ ।
ନୀଳ ଗଗନରେ
ଦେବା ଉଡ଼ାଇ,
ତ୍ରିରଙ୍ଗାଟି ଆମ
ଜାତି ବଡ଼ାଇ
ସ୍ୱାଧୀନ ଶିରୀ
ଦେଇଦେଲା ହାତେ
ଅନ୍ଧାର ଚିରି ।
ତା` ପାଇଁ ଦେବାଏ
ବେକକୁ ପାତି
ପତେଇ ଦେବାଏ
ଲୁହାର ଛାତି
ଉଡ଼ିବ ସିଏ
ହାତେ ଧରାଇଲା
ମୁକତି ଯିଏ!
ସିଏ ପରା ଆମ
ଗର୍ବ, ଗୌରବ
ଆମରି ପରାଣ
ଶୁଭ ସୌରଭ
ଜୀବନ ଦେଇ
ଭଲ ପାଇବା ତା
ଆଶିଷ ନେଇ ।
ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ
ମୋ-୮୭୬୩୩୦୨୫୦୭

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
15-08-2025 / 20:38:55
ଖୁବ୍ ସୁନ୍ଦର ଲାଗିଲା
ପୌର୍ଣ୍ଣମାସୀ ଦେବୀ
02-08-2025 / 12:06:38
ଭଲ ଲାଗିଲା ଲେଖାଟି
ଜୟକୃଷ୍ଣ ସାହୁ
01-08-2025 / 11:29:55
ପ୍ରଭାତ! ସୁନ୍ଦର ଦେଶାତ୍ମବୋଧକ କବିତାଟିଏ ଲେଖିଛ। ବହୁତ ଭଲଲାଗିଲା। ଧନ୍ୟବାଦ।
ପ୍ରଶାନ୍ତ କୁମାର ଦାଶ
01-08-2025 / 11:19:48
ସମ୍ମାନନୀୟ ପ୍ରଭାତ ସାର୍ଙ୍କ କବିତାଟି ବେଶ ମନଛୁଆଁ ଶିକ୍ଷଣୀୟ ଓ ଉପାଦେୟ ନମସ୍ୟ ପ୍ରତିଭାଙ୍କୁ ନମସ୍କାର ସହ ଅଶେଷ ଧନ୍ୟବାଦ୍ ଜଣାଉଛି