Skip to content
ଶିଶୁ କିଶୋର

କବିତା

ପାଠପଢି ଭଲ ମଣିଷ ହେବା

ପାଠପଢି ଭଲ ମଣିଷ  ହେବା

ପାଠ ପଢି ଭଲ ମଣିଷ ହେବା
ମାତୃଭୂମିର ତ ଟେକ ରଖିବା।
ପlଠତ ଦେଖାଏ ସଠିକ୍ ବାଟ
ପାଠ ସୃଷ୍ଟି କରେ ଉତ୍ତମ ଚlଟ୍ଟ।
ପାଠର ନଥାଏ ଆପଣା ପର
ପାଠୁଆ ସବୁଠି ପାଏ ଆଦର।
ପାଠ ପାଖେ ନାହିଁ ଜାତି ଅଜାତି
ପାଠ ସମସ୍ତଙ୍କୁ ଦିଅଇ ମୁକ୍ତି।
ପଠକୁ ଯିଏ ତ କରେ ନିଜର
ପାଠ ହୋଇଥାଏ ତା ଆପଣାର।
ଜଳ,ସ୍ଥଳ,ବାୟୁ ତିନିପୁରରେ
ପଠପାଇଁ ନର ଶ୍ରେଷ୍ଠ ବିଶ୍ୱରେ।
ପାଠ ସାଥେ ଯିଏ ମିତ ହୁଅଇ
ସାରା ସଂସାରର କଥା ଜାଣଇ।
କାମଧେନୁ ପରା ପାଠ ଆମରି
ସବୁ ମାନସିକ ଦିଅଇ ଭାରି।
କଳ୍ପବଟ ଛାଇ ପାଠ ସଂସାରେ
ସଭିଙ୍କର ଆଶା ପୂରଣ କରେ।
ପାଠ ପଢି ଭଲ ମଣିଷ ହେବା
ଦେଶର ଜାତିର ଟେକ ରଖିବା।
ପାଠ ଖୋଲିଦିଏ ଆମରି ଆଖି
ସାରା ପ୍ରଗତିର ପାଠହିଁ ସାକ୍ଷୀ।
ପାଠ ସାଥେ ଆସ ବସିବା ମିତ
ପlଠବଳେ ଜିଣିବା ଏ ଜଗତ।

∎
ଅଂଜିରା, ଓହ୍ଲlଣ,ପୁରୀ, ପୁରୀ ୯୯୩୭୧୯୮୮୭୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion