Skip to content
ଶିଶୁ କିଶୋର

କବିତା

ହେମନ୍ତ ଋତୁଟି ଆସିଛି ବୋଲି

ହେମନ୍ତ ଋତୁଟି ଆସିଛି ବୋଲି

ହେମନ୍ତ ଋତୁଟି ଆସି ଅଛି ବୋଲି
ଖେଳୁଛି ମୁଁ ଖୁସି ମନେ
ବରଷା ନାହିଁ କି ଖରା ବେଶି ନାହିଁ
ପୁଲକିତ ହୃଦ ବନେ ।

ଭାରି ଭଲ ଲାଗେ ଥିରି ଥିରି ବାଆ
ପତ୍ର ନାଚେ ଝୁଲି ଝୁଲି
ସେ ସୁନ୍ଦର ରୂପ ଦେଖିଛି ଯେ ଥରେ
ପାରିବ କି କେବେ ଭୁଲି !

ଚଉଁରା ମୂଳରେ ମୁରୁଜରେ ମାଆ
ଆଙ୍କୁଛନ୍ତି କେତେ ଛବି
ପରିବେଶ ଏବେ ସ୍ୱଚ୍ଛ ନିର୍ମଳ
କବିତା ଲେଖନ୍ତି କବି ।

ମନ୍ଦିର ବେଢ଼ାରୁ ଘଣ୍ଟ ଧ୍ଵନି ଶୁଭେ
ଆହା କି ପବିତ୍ର ଲାଗେ
ଦୁଃଖୀ ଦରିଦ୍ରଙ୍କୁ ସାହାଯ୍ୟ ପାଇଁକି
ମନରେ ସରାଗ ଜାଗେ ।

କେତେ ପରକାର ଫୁଲ ଫୁଟି ଅଛି
ବାଡି ବଗିଚାରେ ଆମ
ଦେଖି ଦେଲେ ତାହା ଚେତେ଼ଇ ଦେଉଛି
କରିବାକୁ ନିଜ କାମ ।

ସକାଳ ସକାଳ କଅଁଳ ଖରାରେ
ଶିଶିର ପାଉଛି ଶୋଭା
ପୋଖରୀରେ ଦେଖ କଇଁଫୁଲ ଫୁଟି
ଆହା କେଡ଼େ ମନଲୋଭା ।
*
∎
ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂର ଭାଷ - ୯୪୩୮୪୧୪୭୦୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion